ରାଜ୍ୟରେ ତାଳତେଲ ଚାଷ ଉପରେ ଅଧିକ ଧ୍ୟାନ ଦିଆଯିବ-କୃଷିମନ୍ତ୍ରୀ ଶ୍ରୀ ମିଶ୍ର

mou-palm-oilରାଜ୍ୟ କୃଷି,ମତ୍ସ୍ୟ ଓ ପଶୁ ସମ୍ପଦ,ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ଉପସ୍ଥିତିରେ ଇଙ୍ଗାରନ ବାଇଓ ଟେକ୍ ପ୍ରାଇଭେଟ ଲିମିଟେଡ (M/S ingaran biotech pvt ltd,kakinda,Andhra Pradesh)ଓ ରାଜ୍ୟ ସରକାର,ନିର୍ଦ୍ଦେଶକ ଉଦ୍ୟାନ କୃଷି ମଧ୍ୟରେ ସୋନପୁର ଜିଲ୍ଲାରେ ତାଳତେଲ ଚାଷ ଉପରେ ଆଜି ସଚିବାଳୟଠାରେ ଏମଓୟୁ ସ୍ଵାକ୍ଷରିତ ହୋଇଛି । ପ୍ରାୟ ୨୫୦୦ ଏକର ଜମିରେ ଏହି ତାଳତେଲ ଚାଷ କରାଯିବା ଲାଗି ଆଲୋଚନା ହୋଇଛି ।

ଇଙ୍ଗାରନ ବାଓଟେକ୍ ସଂସ୍ଥା ଚାଷୀମାନଙ୍କୁ ଏହି ତାଳତେଲ ଚଷା ନିମାନ୍ତେ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବେ । ପ୍ରକାଶ ଥାଉକି ଓଡିଶାରେ ପୂର୍ବରୁ ୫ ଟି କମ୍ପାନୀ ନବରଙ୍ଗପୁର,କୋରାପୁଟ,ରାୟଗଡା,ବରଗଡ,ଗଞ୍ଜାମ,ଗଜପତି,ଢେଙ୍କାନାଳ,କଟକ,ଯାଜପୁର,ମୟୂରଭଞ୍ଜ,ଭଦ୍ରକ,ବାଲେଶ୍ଵର,ନୟାଗଡ ଓ ବୌଦ୍ଧ ଜିଲ୍ଲାରେ ଏହି ପାମତେଲ ଚାଷ ନିମନ୍ତେ ପଦକ୍ଷେପ ନେଇଛନ୍ତି । ଏହି ଚାଷ ନିମନ୍ତେ ଅଳ୍ପ ପାଣି ଆବଶ୍ୟକ ହେଉଥିବାରୁ ଏବଂ ବେଶୀ ଉର୍ବର ଜମି ଆବଶ୍ୟକ ହେଉ ନଥିବାରୁ ଚାଷୀମାନେ ଏଥିପ୍ରତି ବିଶେଷ ଆଗ୍ରହ ପ୍ରକାଶ କରୁଛନ୍ତି । ଏଥିପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ଏମଓୟୁ ନିମନ୍ତେ ଦେବା ସହିତ ଏହାକୁ ଅନ୍ୟ ଜିଲ୍ଲାଗୁଡିକୁ ସଂପ୍ରସାରିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

୪ ବର୍ଷ ପରେ ଏହି ଚାଷରେ ଅଧିକ ବିନିଯୋଗ କରିବାକୁ ପଡୁ ନଥିବାରୁ ଏବଂ ବଜାରରେ ତଥା ଦେଶ ବିଦେଶରେ ପାମ ତେଲର ଚାହିଦା ଥିବାରୁ ଏହି ଚାଷ ଉପରେ ରାଜ୍ୟରେ ଅଧିକ ଧ୍ୟାନ ଦିଆଯିବ ବୋଲି କୃଷି ମନ୍ତ୍ରୀ ପ୍ରକାଶ କରିଛନ୍ତି ।

Share in top social networks!
Powered By Indic IME