ହୀରାକୁଦରୁ ଏବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସିତ, ଖୋଲିଲା ଡ୍ୟାମର ୭ ନମ୍ବର ଗେଟ

ବନ୍ୟା ଜଳ ପରିଚାଳନା କମିଟିର ନିଷ୍ପତ୍ତି ପରେ ମଙ୍ଗଳବାର ଅପରାହ୍ନ ୩.୫୦ ରେ ହୀରାକୁଦରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯାଇଛି। ଡ୍ୟାମର ବାମ ସ୍ପିଲୱେର ୭ ନମ୍ବର ଗେଟ ଖୋଲାଯାଇଛି। ପ୍ରତି ସେକେଣ୍ଡରେ ୧୪ ହଜାର ୪୭୨ ଘନଫୁଟ ଜଳ ନିଷ୍କାସନ କରାଯାଉଛି। ଜୁଲାଇରେ ଜଳସ୍ତର ୬୦୦ ଫୁଟରୁ ସାମାନ୍ୟ ଅଧିକ ରଖିବା ପାଇଁ ହୀରାକୁଦ ଡ୍ୟାମ ବନ୍ୟାଜଳ ପରିଚାଳନା ସକାଶେ ଓଡିଶା ସରକାରଙ୍କ ଗଠିତ ସ୍ଵତନ୍ତ୍ର କମିଟିର ସୁପାରିଶ ଅନୁଯାୟୀ ମଙ୍ଗଳବାର ଡ୍ୟାମର ଗେଟ ଖୋଲାଯାଇଥିଲା।