ଅନ୍ତର୍ଜାତୀୟ ବଜାରର ପ୍ରଭାବ, ପୁଣି ବଢିଲା ପେଟ୍ରୋଲ ଦର

 ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବଢିବା ଦ୍ଵାରା ଘରୋଇ ବଜାରରେ କମ୍ପାନୀଗୁଡ଼ିକ ପୁଣି ତେଲ ଦର ବଢାଇଛନ୍ତି। ସେମାନେ ତେଲ ଦରରେ ୭୦ ପଇସା ବୃଦ୍ଧି କରିଛନ୍ତି। ଭାରତୀୟ ତୈଳ ନିଗମରା ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ ଭୁବନେଶ୍ଵରରେ ପେଟ୍ରୋଲ ମୂଲ୍ୟ ପିଛା ୮୩ ପଇସା ବୃଦ୍ଧି ଘଟିଛି। ଫଳରେ ଆଇଓସି ଫିଲିଙ୍ଗ ଷ୍ଟେସନ ଗୁଡ଼ିକରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୬୮ ଟଙ୍କା ୯ ପଇସାରୁ ୬୮ ଟଙ୍କା ୯୨ ପଇସାକୁ ବୃଦ୍ଧି କରାଯାଇଛି। ସେହିପରି ଦିଲ୍ଲୀରେ ପେଟ୍ରୋଲ ଦର ୬୮ ଟଙ୍କା ୪୮ ପଇସାକୁ ବୃଦ୍ଧି କରାଯାଇଛି। ମେ ମାସରେ ପେଟ୍ରୋଲ ଦର ୭ ଟଙ୍କା ୫୪ ପଇସା ବଢିଥିଲା, ପରେ ଜୁନ ୩ ତାରିଖରେ ତୈଳ କମ୍ପାନୀଗୁଡ଼ିକ ୨ ଟଙ୍କା ୦୨ ପଇସା ଓ ୨ ଟଙ୍କା ୪୬ ପାଇସା ହ୍ରାସ ଘୋଷଣା କରିଥିଲେ।

 

 

Share in top social networks!