ମୋ କବିତା… ସତ କରି କୁହ ସାଇଁ ହେ…!!!

 

 

 

 

 

 

 

 

ଜାତି ଧର୍ମ ବର୍ଣ୍ଣ ତୁମର ସର୍ଜନା ବଡାଇ ଦେଖାଅ କାହିଁପାଇଁ ହେ
ମୋତେ ସତ କରି କୁହ ସାଇଁ ହେ !
ମୋତେ ସତ କରି କୁହ ସାଇଁ ହେ !!

ଭିକାରୀର ଭୋକ ଗରିବର ଦୁଃଖ ନିରୀହରେ ଶୋକ ସାମନ୍ତକୁ ସୁଖ
ତୁମର ନାଟ କି ନାହିଁ ହେ !
ମୋତେ ସତ କରି କୁହ ସାଇଁ ହେ !!

ମୂକ ମୁଖ ସ୍ବନ, ବଧୀର ଶ୍ରବଣ ଅନ୍ଧର ନୟନ,ବନ୍ଧ୍ୟାର ସନ୍ତାନ
କୁହ ନେଇଛି କେ ଛଡାଇ ହେ !
ମୋତେ ସତ କରି କୁହ ସାଇଁ ହେ !!

ଶୈଶବ ଲଙ୍ଗଳା ଯୌବନ ପୁଙ୍ଗୁଳା କେଶ ତ ନୁଖୁରା ଘରଦ୍ବାର ହରା
ଆଜି ହୋଇଛି କାହାରି ପାଇଁ ହେ !
ମୋତେ ସତ କରି କୁହ ସାଇଁ ହେ !!

ସଂସାର ର ଦାଉ ଭୋକ ଶୋଷ ଲହୁ ପାପ ଦୁଃଖ ହିଂସା ପରଶ୍ରୀକାତର
ଆଉ ବା କେ ଆନ କରାଇ ହେ !
ମୋତେ ସତ କରି କୁହ ସାଇଁ ହେ !!

ତୁମେ କର୍ତ୍ତା , ତୁମେ କ୍ରିୟା , ତୁମେ କର୍ମ ଜୀବନ ଆଧାର, ସର୍ବ ପ୍ରାଣ ଧର୍ମ
ତୁମେ କି ନୁହଁ ଗୋସାଇଁ ହେ !
ମୋତେ ସତ କରି କୁହ ସାଇଁ ହେ !!

ସ୍ନେହ ଶ୍ରଦ୍ଧା ପ୍ରେମ ସତ୍ୟ ନ୍ୟାୟ ଧର୍ମ ସରବେ ଆଶୀଷ ଦିଅ ବଢାଇ ହେ
ମୋତେ ଧନ ଜନ ଲୋଡ ନାହିଁ ହେ !
ମୋତେ ସତ କରି କୁହ ସାଇଁ ହେ !!

ସାରକଥା:
ଏତେ ଦୁଃଖ, ଏତେ କଷ୍ଟ ଏ ମଣିଷ ଜୀବନରେ !

ଆଜି ମୋ ମନରେ ମୁଁ ଏଥିପାଇଁ ତାକୁ ହିଁ ଦୋଷ ଦେଉଛି , ଆଉ ପାରି ହେଉନାହିଁ ।
ସେ ବା କହୁଛି “ କରି କରାଉ ଥାଇ ମୁହିଁ ମୋ ବିନୁ ଆନ ଗତି ନାହିଁ ” ।
ତାହା ହେଲେ ଠିକ ଅଛି, ସେହିଁ ଦୋଷି ଏସବୁ ଯାହା ହେଉଛି ଦୁନିଆରେ ।

ଏଣୁ ସେ ହିଁ ତାରୁ ସେହିଁ ମାରୁ ।
ତା ରଂଗା ଚରଣ ରେ ମୋର ସମର୍ପଣ ଆତ୍ମ ସମର୍ପଣ ।

(ପ୍ରଶାନ୍ତ କୁମାର ଭୂୟାଁ ,
ଟରୋଣ୍ଟୋ ,କାନାଡା
ଜନ୍ମସ୍ଥାନ : ବଡଦାଣ୍ଡ, ଜଗନ୍ନାଥ ପ୍ରସାଦ , ଗଞ୍ଜାମ ( ଓଡିଶା ))

Share in top social networks!