ନିୟମ ଭାଙ୍ଗୁଛନ୍ତି ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ, ବିଜୁ ଛାତ୍ର ଜନତା ଦଳର ଅଭିଯୋଗ

ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଯେଉଁ ନିୟମ ତିଆରି କରୁଛନ୍ତି, ତାକୁ ନିଜେ ଭାଙ୍ଗୁଛନ୍ତି ବୋଲି ଅଭିଯୋଗ କରିଛି ବିଜୁ ଛାତ୍ର ଜନତା ଦଳ। ବିଜୁ ଛାତ୍ର ଜନତା ଦଳର ସମ୍ପାଦକ ଶାନ୍ତନୁ କୁମାର ସିଅଙ୍କ କହିବା ଅନୁସାରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ, ଦ୍ଵିତୀୟ ପିଜି ଆଇନ ଅନୁଯାୟୀ ଦଣ୍ଡନୀୟ ବୋଲି ୭ ବର୍ଷ ତଳେ କହିଥିଲେ। କିନ୍ତୁ କଂଗ୍ରେସର ଏକ ନିର୍ଦ୍ଦିଷ୍ଟ ଗୋଷ୍ଟୀର ଚାପରେ ଆସି ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ୨୦୧୦ ମସିହାରେ ୩ ଜଣ ଛାତ୍ରଙ୍କୁ ଦ୍ଵିତୀୟ ଥର ପିଜି କରିବାକୁ ଅନୁମତି ପ୍ରଦାନ କରିଥିଲେ।

Share in top social networks!