ଜୁଲାଇ ୨୭ ରେ ଜନଜାତି ଉପଦେଷ୍ଟା ପରିଷଦ ବୈଠକ

tn_18-7-2013=2ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଦିବାସୀମାନଙ୍କ ସାମୁହିକ କଲ୍ୟାଣ ଉପରେ ସଦା ସର୍ବଦା ଗୁରୁତ୍ଵାରୋପ କରିଆସିଛନ୍ତି । ସେମାନଙ୍କ ଅର୍ଥନୈତିକ,ସାମାଜିକ ଉତ୍ ଥାନ ପାଇଁ ତାଙ୍କ ନିର୍ଦ୍ଦେଶରେ ବହୁବିଧ କଲ୍ୟାଣକାରୀ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ସେହି କଲ୍ୟାଣମୂଳକ କାର୍ଯ୍ୟକ୍ରମ ଗୁଡିକର ସାଂପ୍ରତିକ ସ୍ଥିତି , ଅଗ୍ରଗତି ,ସେଗୁଡିକର ରୂପାୟନରେ ପରିଲିଖିତ ହେଉଥିବା ବିଭିନ୍ନ ସମସ୍ୟା ଓ ସମାଧାନ ଉପରେ ବିଶଦ ଆଲୋଚନା, ଆଦିବାସୀ କଲ୍ୟାଣ ସମ୍ବନ୍ଧୀୟ ଆଗାମୀ ଯୋଜନାର ଚୁଡାନ୍ତ ରୂପରେଖ ପ୍ରସ୍ତୁତି ଉଦ୍ଦେଶ୍ୟରେ ଜୁଲାଇ ୨୭ ତାରିଖ ୧୧ ଟା ବେଳେ ଅନୁସୂଚିତ ଜନଜାତି ଉପଦେଷ୍ଟା ପରିଷଦ ବୈଠକ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏନକେ ଅଧ୍ୟକ୍ଷତାରେ ସଚିବାଳୟର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବ ।

ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ଆହୁତ ଏହି ବୈଠକରେ ଅନୁସୂଚିତ ଜନଜାତି ଜନକଲ୍ୟାଣ ସମ୍ପର୍କୀୟ ୧୧ଟି ମୁଖ୍ୟ ପ୍ରସଙ୍ଗ ଉପରେ ମୁଖ୍ୟତଃ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅନୁସୂଚିତ ଜନଜାତି,ଅନୁସୂଚିତ ଜାତି ତଥା ପଛୁଆ ବର୍ଗ କଲ୍ୟାଣ ବିଭାଗ ମନ୍ତ୍ରୀ ଶ୍ରୀ ଲାଲ୍ ବିହାରୀ ହିମିରିକା , ଅନୁସୂଚିତ ଜନଜାତିଙ୍କ ପ୍ରତିନିଧିତ୍ଵ କରୁଥିବା ୧୫ ଜଣ ବିଧାୟକ,୨ ଜଣ ଲୋକସଭା ସାଂସଦ, ଜନଜାତି ଉପଦେଷ୍ଟା ପରିଷଦର ଆବାହକ ତଥା ମୁଖ୍ୟ ଶାସନ ସଚିବ ,ଅତିରିକ୍ତ ମୁଖ୍ୟ ଶାସନ ସଚିବ , ପ୍ରମୁଖ ଶାସନ ସଚିବ ଓ ବିଶିଷ୍ଟ ଆଦିବାସୀ ପ୍ରତିନିଧି ଏହି ପରିଷଦ ବୈଠକରେ ଯୋଗ ଦାନ କରିବେ ।

Share in top social networks!
Powered By Indic IME