କର୍ତ୍ତବ୍ୟରେ ଅବହେଳା ଓ ଅନିୟମିତତା ପାଇଁ ଭେଷଜ ନିୟନ୍ତ୍ରଣ ନିର୍ଦ୍ଦେଶାଳୟର ଦୁଇ କର୍ମକାରୀ ନିଲମ୍ବିତ

MAP-11କର୍ତ୍ତବ୍ୟରେ ଅବହେଳା ଓ ଅନିୟମିତତା ପାଇଁ ଭେଷଜ ନିୟନ୍ତ୍ରଣ ନିର୍ଦେଶାଳୟର ଦୁଇ ଜଣ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ଗତ ସୋମବାର ଦିନ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରମୁଖ ଶାସନସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଭେଷଜ ନିୟନ୍ତ୍ରଣ ନିର୍ଦ୍ଦେଶାଳୟର କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିବା ସମୟରେ ନିର୍ଦ୍ଦେଶାଳୟର କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିବା ସମୟରେ ନିର୍ଦ୍ଦେଶାଳୟର ବରିଷ୍ଠ ସହାୟକ ସୁନୀଲ ମହାନ୍ତି ଏବଂ ଡାଇରିଷ୍ଟ ସୁରଥ ନାୟକ ତାଙ୍କର ବର୍ତ୍ତବ୍ୟରେ ଅବହେଳା କରିବା ସହିତ ଅନିୟମିତତା କରିଥିବାର ତାଙ୍କ ଦୃଷ୍ଟିକୁ ଆସିଥିଲା ।

ସେଥିପାଇଁ ସେହି ଦୁଇ ଜଣଙ୍କୁ ତୁରନ୍ତ ନିଲମ୍ବିତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ପ୍ରମୁଖ ଶାସନ ସଚିବଙ୍କ ନିର୍ଦ୍ଦେଶ ଅନୁଯାୟୀ ସେହି ଦୁଇ ଜଣଙ୍କୁ ନିଲମ୍ବନ କରାଯାଇଛି । ସେହିପରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧିନସ୍ତ ଅନ୍ୟାନ୍ୟ କାର୍ଯ୍ୟାଳୟ ମାନଙ୍କରେ ମଧ୍ୟ ଅନୁରୂପ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବବୋଲି ପ୍ରମୁଖ ଶାସନ ସଚିବ ଶ୍ରୀ ମହାପାତ୍ର ସତର୍କ କରାଇ ଦେଇଛନ୍ତି ।

Share in top social networks!
Powered By Indic IME