ଏନ୍.ଏ.ସି କଲୋନୀରେ ଶ୍ରୀଗୁରୁ ଦକ୍ଷିଣା ଉତ୍ସବ

ଆଜି ସ୍ଥାନୀୟ ୟୁନିଟ୍-୩ ସ୍ଥିତ ଏନ୍ଏସି କଲୋନୀର ଅଙ୍ଗନୱାଡି କେନ୍ଦ୍ର ପରିସରରେ ପଡିଆରେ ଗୁରୁ ନାନକ ସାୟଂ ଶାଖା ତରଫରୁ ଶ୍ରୀଗୁରୁ ଦକ୍ଷିଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଶାଖାର ସ୍ଵୟଂ ସେବକମାନେ ପ୍ରଥମେ ସଂଘର ଗୁରୁ ଧ୍ଵଜକୁ ପୂଜା ଅର୍ଚ୍ଚନା କରିବା ସହିତ ଶ୍ରୀଗୁରୁ ଶ୍ରୀଗୁରୁ ଦକ୍ଷିଣ ଅର୍ପଣ କରିଥିଲେ । ଏହ ଉତ୍ସବକୁ ଶାଖାର ମୁଖ୍ୟଶିକ୍ଷକ ସ୍ମୃତି ରଞ୍ଜନ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ଖୁସିରାମ ଗହିର ମନୋଜ,ଗୁଡୁଲୁ,ପାପୁ,ବଳରାମ,ସୋନୁ ଆଦି ସ୍ଵୟଂସେବକ ମାନେ ସହଯୋଗ କରିଥିଲେ ।

ଏହି ଉତ୍ସବରେ ବିଶିଷ୍ଟ କୃଷକ ନେତା ତଥା ସମାଜସେବୀ ଶ୍ରୀ ଜଗବନ୍ଧୁ ପ୍ରଧାନ ମୁଖ୍ୟାତିଥି ରୂପେ ଯୋଗ ଦେଇ ଶ୍ରୀଗୁରୁ ଦକ୍ଷିଣା ଉପରେ ଆଲୋକପାତ କରିଥିଲେ । ସେ କହିଲେ ଗୁରୁ ଶିଷ୍ୟଙ୍କ ସମ୍ବନ୍ଧ ସେତୁ ସମାନ ଅଟେ । ଗୁରୁଙ୍କ କୃପା ଯୋଗୁଁ ଶିଷ୍ୟ ଲକ୍ଷ୍ୟ ମାର୍ଗରେ ସହଜରେ ପହଞ୍ଚି ଥାଏ । ଗୁରୁ ଆମର ଅନ୍ତର ମନରେ ଆଘାତ ଦେଇ ଆମକୁ ସଭ୍ୟ ସମାଜରେ ଯୋଗ୍ୟକରି ଛିଡାକରାଇଛନ୍ତି । ଦୁନିଆକୁ ଦେଖାଇବାର ନୟନ ଗୁରୁ କୃପା ଦ୍ଵାରା ମିଳିଥାଏ । ଗୁରୁଙ୍କ କୃପା ସମସ୍ତଙ୍କୁ ପ୍ରାପ୍ତ ।

ଗୁରୁଦେବ ଯିଏ ସାଧନା ବତାନ୍ତି,ଯିଏ ସାଧନା ଶିଖାନ୍ତି,ସାଧନା କରାନ୍ତି ଓ ଆନନ୍ଦ ଅନୁଭୂତି ପ୍ରଦାନ କରନ୍ତି । ଗୁରୁଙ୍କର ଧ୍ୟାନ ଶିଷ୍ୟର ଭୌତିକ ସୁଖ ଉପରେ ନଥାଏ,ଥାଏ କେବଳ ଆଧ୍ୟାତ୍ମିକ ଉନ୍ନତି ଉପରେ । ଗୁରୁହିଁ ଶିଷ୍ୟକୁ ସାଧନା କରିବା ପାଇଁ ପ୍ରେରିତ କରନ୍ତି । ଗୁରୁ ସନ୍ଦିପନି ଏବଂ ତାଙ୍କର ଶିଷ୍ୟ କୃଷ୍ଣ –ସୁଦାମା,ଗୁରୁ ବଶିଷ୍ଠ ଏବଂ ତାଙ୍କର ଶିଷ୍ୟ ଶ୍ରୀରାମ,ଲକ୍ଷ୍ମଣ,ଭରତଓ ଶତ୍ରୁଘ୍ନ,ଭଗବାନ ପର୍ଶୁରାମ ଓ ତାଙ୍କ ଶିଷ୍ୟ କର୍ଣ୍ଣ,ବାଲ୍ମୀକି ଏବଂ ତାଙ୍କର ଶିଷ୍ୟ ଲବ-କୁଶ ଏହିପରି ଅନେକ ଗୁରୁ ଶିଷ୍ୟର ଉଦାହରଣରେ ଭାରତୀୟ ସଂସ୍କୃତି ଋଦ୍ଧିମନ୍ତ ବୋଲି ପ୍ରକାଶ କରିଥିଲେ ।

Share in top social networks!
Powered By Indic IME