କବି ଅନନ୍ତ ପଟ୍ଟନାୟକଙ୍କ ଶତବାର୍ଷିକ ପାଳନ ନିଷ୍ପତ୍ତି, ସ୍ମୃତି କମିଟି ଗଠିତ

ଖୋର୍ଦ୍ଧା ଜିଲ୍ଲା ବାଲିପାଟଣାର ବାଗଦେବୀ ବିଦ୍ୟାମନ୍ଦିରର ପରିସରରେ କବି ଅନନ୍ତ ପଟ୍ଟନାୟକଙ୍କ ଶତବାର୍ଷିକ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଅନନ୍ତ ପଟ୍ଟନାୟକ ସ୍ମୃତି ଅବସରରେ ଏକ କମିଟି ଗଠିତ ହୋଇଛି। ଏଥିରେ ସଭାପତି ଭାବେ କବି ଡା॰ ଫନି ମହାନ୍ତି, ଉପ ସଭାପତି ଡା॰ ଓସିଦ ଖାଁ, କବି ପ୍ରସନ୍ନ ମହାନ୍ତି, ସମ୍ପାଦକ ଦିଲ୍ଲୀପ କୁମାର ଓଝା, ସହ ସମ୍ପାଦକ ଭାବେ କାହ୍ନୁ ଚରଣ ପରିଡ଼ାଙ୍କୁ ମନୋନୀତ କରାଯାଇଛି। ଏଥିରେ କବି ଅମରେଶ ପଟ୍ଟନାୟକ, ଅନ୍ତର୍ଯ୍ୟାମୀ ସାହୁ, ରମେଶ ରଥ ଓ ଭାରତୀଭୂଷଣ ମହାନ୍ତି ଉପସ୍ଥିତ ଥିଲେ।

 

 

Share in top social networks!
Powered By Indic IME