ବରିଷ୍ଠ ବୈଜ୍ଞାନିକ ସମ୍ବର୍ଦ୍ଧନା ଉତ୍ସବ ପ୍ରଫେସର ଜନାର୍ଦ୍ଦନ ନନ୍ଦା ୨୦୧୧ ପାଇଁ ବିଜୁ ପଟ୍ଟନାୟକ ପୁରସ୍କାରରେ ସମ୍ବର୍ଦ୍ଧନା

SCIENCETIST-AWARDJANARDAN-NAnDAରାଜ୍ୟ ବିଜ୍ଞାନ ଏକାଡେମୀ ପକ୍ଷରୁ ବୈଜ୍ଞାନିକ ସମ୍ବର୍ଦ୍ଧନା ଉତ୍ସବ ଆଜି ଜୟଦେବ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବୈଜ୍ଞାନିକ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ୨୦୧୧ ପାଇଁ ବିଜୁପଟ୍ଟନାୟକ ବୈଜ୍ଞାନିକ ଉତ୍କର୍ଷ ପୁରସ୍କାରରେ ପ୍ରଫେସର ଜନାର୍ଦ୍ଦନ ନନ୍ଦନଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଥିଲେ । ପୁରସ୍କାର ବାବଦରେ ପ୍ରଫେସର ନନ୍ଦକୁ ୨ ଲକ୍ଷ ଟଙ୍କା,ଶାଲ ଏବଂ ସ୍ମାରକ ପ୍ରଦାନ କରାଯାଇଥିଲା । ଏହି ଅବସରରେ ପ୍ରଫେସର ନୃସିଂହଚରଣ ପଣ୍ଡାଙ୍କୁ ବରିଷ୍ଠ ବୈଜ୍ଞାନିକ ଭାବରେ ସମ୍ବର୍ଦ୍ଧିତ କରାଯାଇଥିଲା ।

୨୦୧୧ ମସିହା ପାଇଁ ସାମନ୍ତ ଚନ୍ଦ୍ରଶେଖର ପୁରସ୍କାରରେ ଡକ୍ଟର ସଂଜୀବ କୁମାର ସାହୁ,ଡକ୍ଟର ଶ୍ରୀରୂପ ଗୋସ୍ଵାମୀ,ଡକ୍ଟର ସରୋଜା କୁମାର ସିଂହ ଓ ଡକ୍ଟର ଜ୍ୟୋତିର୍ମୟୀ ମହାନ୍ତିଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ । ଏତଦବ୍ୟତୀତ ଯୁବ ବୈଜ୍ଞାନିକ ପୁରସ୍କାରରେ ଡକ୍ଟର ମାନସ ରଞ୍ଜନ ସ୍ଵାଇଁ,ଡକ୍ଟର ପ୍ରଦୀପ କୁମାର ମିଶ୍ର ଓ ଡକ୍ଟର ଶ୍ରୀମତୀ ଅର୍ଚ୍ଚନା ମଲ୍ଲିକଙ୍କୁ ମୁକୟାମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ । ବସ୍ତୁ ବିଜ୍ଞାନ,ପଦାର୍ଥ ବିଜ୍ଞାନ ଓ ଇଞ୍ଜିନିୟରିଂ ଓ ବୈଷୟିକ ବିଦ୍ୟା ବୈଜ୍ଞାନିକ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ପୁରସ୍କାର ବାବଦରେ ସମସ୍ତଙ୍କୁ ୫୦ ହଜାର ଟଙ୍କା,ଶାଲ ଓ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା । ଏତଦବ୍ୟତୀତ ପ୍ରାଣକୃଷ୍ଣ ପରିଡା ଲୋକପ୍ରିୟ ବିଜ୍ଞାନ ପୁରସ୍କାର ବର୍ଗରେ ଶ୍ରୀମତୀ ମିନାକୁମାରୀ ନନ୍ଦ ଓ ଶ୍ରୀଯୁକ୍ତ କମଳାକାନ୍ତ ଜେନାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଉଭଯଙ୍କୁ ୧୦,୦୦୦ ହଜାର ଲେଖାଏଁ ପୁରସ୍କାର ରୂପାୟନ ଓ ସ୍ମାରକ ପ୍ରଦାନ କରାଯାଇଥିଲା ।

ଏହି ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବିଜ୍ଞାନ ଓ ବସାୟିକ ବିଦ୍ୟାର ଫଳପ୍ରଦ ପ୍ରୟୋଗ ଦ୍ଵାରା କୃଷିଉତ୍ପାଦନ ବୃଦ୍ଧି,କ୍ଷୁଧା ଓ ଦାରିଦ୍ର୍ୟ ଏବଂ ଲୋକଙ୍କ ପାଖରେ ପାନୀୟ,ପରିମଳ ଓ ସ୍ୱାସ୍ଥ୍ୟସେବା ପରି ମୌଳିକ ସେବା ଅହଞ୍ଚାଇବା ଉପରେ ଗୁରୁତ୍ଵାରୋପ କରିଥିଲେ । ବିଜ୍ଞାନ ଏକାଡ଼େମୀର ସଭାତି ପ୍ରଫେସର ଉମାଚରଣ ମହାନ୍ତିଙ୍କ ସଭାପତିତ୍ଵରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଜ୍ଞାନ ଓ ବୈଷୟିକ ବିଦ୍ୟା ମନ୍ତ୍ରୀ ଶ୍ରୀ ରମେଶ ଚନ୍ଦ୍ର ମାଝୀ,ବିଭାଗୀୟ ସଚିବ ଶ୍ରୀ ସୁରେନ୍ଦ୍ର କୁମାର ପ୍ରମୁଖ ଉଦବୋଧନ ଦେଇଥିଲେ । ଏକାଡ଼େମୀର ସଂପାଦକ ଡଃ ରେଖାଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Share in top social networks!
Powered By Indic IME