ଉତ୍କଳ ବିଶ୍ଵବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ବାତିଲ, ଶାନ୍ତି ବଜାୟ ରଖିବାକୁ କର୍ତ୍ତୃପକ୍ଷଙ୍କ ପ୍ରୟାସ

ଚଳିତ ଶିକ୍ଷାବର୍ଷ ଆରମ୍ଭରୁ ଉତ୍କଳ ବିଶ୍ୱବିଦ୍ୟାଳୟରେ  ଛାତ୍ର ଗଣ୍ଡଗୋଳ ନେଇ ରାଜ୍ୟରେ ଚର୍ଚ୍ଚା ଚାଲିଥିବା ବେଳେ ଚଳିତ ବର୍ଷ ବିଶ୍ଵବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ହେବ ନାହିଁ ବୋଲି କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ସେହିପରି ଅଣଛାତ୍ରଙ୍କୁ ହଟାଇବା ପାଇଁ ମଧ୍ୟ କର୍ତ୍ତୃପକ୍ଷ ଦୃଢ ପଦକ୍ଷେପ ନେଇଛନ୍ତି। ଗତ ୧୨ ତାରିଖରେ ବିଶ୍ୱବିଦ୍ୟାଳୟ ପରିସରରେ ଗଣ୍ଡଗୋଳ ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ନେଇଛନ୍ତି। ଏନେଇ ବିଶ୍ଵବିଦ୍ୟାଳୟର କୁଳପତି ପିକେ ସାହୁଙ୍କ ଅଧ୍ୟକ୍ଷତାରେ ପିଜି କାଉନସିଲରେ ଏକ ବୈଠକ ବସିଥିଲା। ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ସେହିପରି ଅପରାଧ ମାମଲା ଥିଲେ କୌଣସି ଛାତ୍ରଛାତ୍ରୀଙ୍କୁ ବିଶ୍ଵବିଦ୍ୟାଳୟରେ ନାମ ଲେଖାଇବାକୁ ଅନୁମତି ମିଳିବ ନାହିଁ। ଏହାସହ ବିଶ୍ଵବିଦ୍ୟାଳୟରେ ଜଣେ ଥରେ ପିଜି କରିସାରିବା ପରେ ଦ୍ଵିତୀୟ ଥର ପିଜି କରିବାକୁ ମଧ୍ୟ ଅନୁମତି ମିଳିବ ନାହିଁ। ଏସବୁ ଦ୍ଵାରା ବିଶ୍ୱବିଦ୍ୟାଳୟ ପରିସରରେ ଶାନ୍ତି ବଜାୟ ରହିବା ବୋଲି କାର୍ତ୍ତୃପକ୍ଷ ଆଶା ରଖିଛନ୍ତି।

 

 

Share in top social networks!