ସ୍ଵତନ୍ତ୍ର ପାହ୍ୟା ରାଜ୍ୟ ଦାବିରେ ବିଜେଡ଼ି ର ଧାରଣା

Koraput Re BJD Dharanaଓଡ଼ିଶାକୁ ସ୍ଵତନ୍ତ୍ର ପାହ୍ୟା ରାଜ୍ୟ ମାନ୍ୟତା ଦାବି ପ୍ରସଙ୍ଗରେ କେନ୍ଦ୍ରର ଅବହେଳା ପ୍ରତିବାଦରେ ମଙ୍ଗଳବାର କୋରାପୁଟ ଠାରେ ବିଜେଡ଼ି ପକ୍ଷରୁ ପ୍ରତୀକ ଧାରଣା ଦିଆଯାଇଥିଲା । ବିଧାୟକ ରଘୁରାମ ପାଡଲଙ୍କ ନେତୃତ୍ଵରେ ରାଜ୍ୟ ଯୁବ ସମ୍ପାଦକ ଇଶ୍ଵର ପାଣିଗ୍ରାହୀ ଜିଲ୍ଲା ପରିଷଦ ଉପସଭାପତି ମାଧବ ଖୋସଲା,ବ୍ଲକ ଅଧ୍ୟକ୍ଷା ରମା କୁମାରୀ ସିଂହ ,ମହିଳା ବିଜେଡ଼ି ରାଜ୍ୟ ସମ୍ପାଦିକା ପାର୍ବତୀ ନାୟକ,ଯୁବ ନେତା ତ୍ରିପୁରାରୀ ଗରଡା,ପଦ୍ମପୁର ସରପଞ୍ଚ ଶୁକ୍ରା ହନ୍ତାଳ,ବ୍ଲକ ସଭାପତି ଦିବ୍ୟରଞ୍ଜନ ବେନ୍ୟା ପ୍ରମୁଖ ଉପସ୍ଥିତ ଥିଲେ ।

ସମସ୍ତେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ବସି କେନ୍ଦ୍ରସରକାରଙ୍କ ବିରୁଦ୍ଧରେ ସ୍ଲୋଗାନ ଦେଇଥିଲେ । କୋରାପୁଟ ଏନଏସି ଅଫିସ ଆଗରେ ମଧ୍ୟ ବିଧାୟକଙ୍କ ସମେତ ନଗର ବିଜେଡ଼ି ସଭାପତି ବିଜୁ ଦଳେଇ,କାଉନ୍ସିଲର ରାମ ମାଝୀ ପ୍ରମୁଖ ଧାରଣା ଦେଇ ପ୍ରତିବାଦ ଜଣାଇଥିଲେ ।

Share in top social networks!
Powered By Indic IME