୨୬ ନମ୍ବର ଜାତୀୟ ରାଜପଥରେ ଲୁଟ୍ ଘଟଣା ୧୨ ଡକାୟତ ଗିରଫ

001କୋରାପୁଟ ଜିଲାର ପଟ୍ଟାଙ୍ଗୀ,ସୁଙ୍କି ଘାଟି ଓ ୨୬ ନମ୍ବର ଜାତୀୟ ରାଜପଥରେ ବିଳମ୍ବିତ ରାତିରେ ଲୋକଙ୍କୁ ଲୁଟ୍ କରୁଥିବା ୧୨ ଜଣ ଡକାୟତଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ବୌପାରିଗୁଡାର ସୁରେନ୍ଦ୍ର ସଗରିଆ ,ବେଣୁ ସଗରିଆ,ଡମ୍ବରୁ ବିଶୋଈ,ନରସିଂହ ଟଲିଆ,କୃଷ ସଗରିଆ, ତ୍ରିନାଥ ସଗରିଆ, ମନୋ ଗୌଡ,ରବୀନ୍ଦ୍ର ପାଙ୍ଗି,ଜୟପୁର ସଦର ଅଞ୍ଚଳର ଚକ୍ର କମାର,ଧନପତି ନାଗ,ବଳରାମ ଟାକ୍ରି ଓ ଜୟପୁର ଟାଉନ ର କାଳିଆ ନାୟକ । ସୁରେନ୍ଦ୍ର ଡକାୟତ ଦଳର ମୁଖ୍ୟଭାବେ କାର୍ଯ୍ୟ କରୁଥିଲେ ।

ପଟ୍ଟାଙ୍ଗୀ ପୁଲିସ ଜୟପୁର ଓ ବୌପାରିଗୁଡା ବ୍ଲକର ବିଭିନ୍ନ ସ୍ଥାନରେ ଚଢାଉ କରି ଏମାନଙ୍କୁ ଗିରଫ କରିଛି । ୬ ଦିନ ପରେ ଏମାନଙ୍କୁ ଜେରା ପରେ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦିଆଯାଇଛି । ସେମାନଙ୍କ ନିକଟରୁ ୪ଟି ମୋଟର ସାଇକେଲ,୧୫ ମୋବାଇଲ ଫୋନ୍,ମାରଣାସ୍ତ୍ର ସହ ଲୋକଙ୍କ ଠାରୁ ଲୁଟ୍ ହୋଇଥିବା ସୁନା ଅଳଙ୍କାର ଜବତ କରାଯାଇଛି । ଏ ନେଇ ପଟ୍ଟାଙ୍ଗୀ ଥାନାରେ ମାମଲା (ନଂ -୩୨,୩୪,୩୫-୧୩,ଦଫା ୩୯୫)ରୁଜୁ କରାଯାଇଥିବା ବେଳେ ବୁଧବାର ଡକାୟତ ଦଳକୁ କୋର୍ଟ ଚାଲାଣ କରାଯିବ ବୋଲି ତଦନ୍ତ କାରୀ ଅଧିକାରୀ ପ୍ରଭାତ କୁମାର ସେଠୀ ସୂଚନା ଦେଇଛନ୍ତି ।