ହଜାରରୁ ଊର୍ଦ୍ଧ୍ଵ ଲୋକ ଦେଲେ ମୁଖ୍ୟମନ୍ତ୍ରୀଙ୍କ ନାଁରେ ଥାନାରେ ଏତଲା

Rallyକେନ୍ଦ୍ର ସରକାର ବିପିଏଲ ଏବଂ ଏପିଏଲ ପରିକାର୍ଡ ଧାରି ମାନଙ୍କୁ ମାସିକ ୩୫ କେଜି ଚାଉଳ ଯୋଗାଉଛି । ହେଲେ ରାଜ୍ୟ ସରକାର ୩୫ କେଜି ବଦଳରେ ୨୫ କେଜି ଚାଲୁଳ ଦେଇ ୧୦ କେଜି ଚାଉଳ ହଡପ କରି ଠକାମୀ କରୁଥିବା ଅଭିଯୋଗନେଇ ମଙ୍ଗଳବାର ଦିନ କଣ୍ଟାବାଞ୍ଜି ଥାନାରେ ୧୦୦୦ ରୁ ଊର୍ଦ୍ଧ୍ଵ ଲୋକ ଥାନା ଅଧିକାରୀ ରବୀନ୍ଦ୍ର କୁମାର ପାତ୍ରଙ୍କୁ ଅଭଜ୍ଧେଜ୍ଞ ପତ୍ର ଦେଇଛନ୍ତି । ତାର ପୂର୍ବର ସ୍ଥାନୀୟ ବିଧାୟକ କାର୍ଯ୍ୟାଳୟରୁ ହଜାରରୁ ଊର୍ଦ୍ଧ୍ଵ ଲୋକ ଏକ ଶୋଭାଯାତ୍ରା ବାହାରି ଥାନା ସମ୍ମୁଖରେ ଏକ ବିକ୍ଷୋଭ ସଭା ଅନୁଷ୍ଠିତ ହୋଇଥିଲା ।

ଏହି ସଭାରେ ପୂର୍ବତନ ସାଂସଦ ଶରତ ପଟ୍ଟନାୟକ,କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା,ପୂର୍ବତନ ବିଧାୟକ ରାଧାକାନ୍ତ ପଣ୍ଡା,ପୂର୍ବତନ ବିଧାୟକ ତଥା ପର୍ଯ୍ୟବେକ୍ଷକ ଓଡିଆ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ ସୁଜିତ ପାଢୀ,ଜିଲ୍ଲା କଂଗ୍ରେସ ସଭାପତି ଭାଗବାନ ବଗର୍ତ୍ତୀ,ଯୁବ କଂଗ୍ରେସ ଲୋକସଭା ସଭାପତି ଆକାଶ ମିଶ୍ର ଉଦବୋଧନ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କଣ୍ଟାବାଞ୍ଜି ନଗରପାଳ ଡମ୍ବରୁଧର ବେହେରା,କଣ୍ଟାବାଞ୍ଜି ଉପନଗରପାଳ ରିତୁ ଲାଠ,କାଉନସିଲର ରେଖା ଶର୍ମା,ମନୋରମା ରାଉତ,ତୁରେକେଲା ବ୍ଲକ୍ କଂଗ୍ରେସ ସଭାପତି କୌଶିକ ମେହେର,ମୁରିବାହାଲ ବ୍ଳକ୍ କଂଗ୍ରେସ ସଭାପତି ପ୍ରଫୁଲ୍ଲ ବଘାର,କନାବାଞ୍ଜି ନଗର କଂଗ୍ରେସ ସଭାପତି ବଂଶିଧର ବେଶନ,ତୁରେଲେଲା ବ୍ଳକ୍ ର ୧୯ ଟି ପଞ୍ଚାୟତ ଓ ମୁରିବାହାଲ ବ୍ଲକର ୧୮ ଟି ପଞ୍ଚାୟତ ଏବଂ କଣ୍ଟାବାଞ୍ଜି ଏନ.ଏ.ସି ର ୧୬ ଟି ୱାର୍ଡ ର ବିପିଏଲ ଏବଂ ଏପିଏଲ ପଡି କାର୍ଡଧାରୀ ଉପସ୍ଥିତରହିଥିଲେ । ଇମେଲରେ ଶୋଭାଯାତ୍ରା ବାହାରି ଥାନାରେ ଏତଲା ଦେଇଯାଉଥିବା ଫଟୋ ଓ କଣ୍ଟାବାଞ୍ଜି ଥାନା ଅଧିକାରୀଙ୍କୁ ଏତଲା ଦେଉଥିବା ଫୋଟୋ ମେଲ କରାଯାଇଛି ।