ଶ୍ରାବଣ ମାସର ସୋମବାର, ବିଭିନ୍ନ ଶୈବପୀଠରେ ବୋଲବମ ଭକ୍ତଙ୍କ ଭିଡ଼

ଶ୍ରାବଣ ମାସରେ ଶିବଙ୍କ ମସ୍ତକରେ ଜଳାଭିଷେକ କଲେ ମାନସିକ ପୂରଣ ହୋଇଥାଏ। ଆଉ ଖାସ ସେଥିପାଇଁ ପ୍ରତିବର୍ଷ ଶ୍ରାବଣ ମାସର ପ୍ରତି ସୋମବାର ଦିନ ବିଭିନ୍ନ ଶୈବପୀଠରେ ବୋଲବମ ଭକ୍ତଙ୍କ ଭିଡ଼ ଜମେ। ପୁରୀ ଲୋକନାଥଙ୍କ ପରେ ଏହି ଭିଡ଼ ଅଧିକ ପରିଲକ୍ଷିତ ହୁଏ ଭୁବନେଶ୍ଵରର ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ। ଆଜି ଲିଙ୍ଗରାଜ ମନ୍ଦିରରେ ବୋଲବମ ଭକ୍ତଙ୍କର ଭିଡ଼ ଦେଖିବାକୁ ମିଳିଥିଲା। ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଶହଶହ ବୋଲବମ ଭକ୍ତ ଆଜି ପ୍ରଭୁ ଲିଙ୍ଗରାଜଙ୍କ ମସ୍ତକରେ ଜଳାଭିଷେକ କରିଛନ୍ତି। ଭୋର ୫ଟାରୁ ମଙ୍ଗଳଆରତି ପରେ ମନ୍ଦିର ଖୋଲାଯାଇଥିଲା। ତେବେ ପାଣି ଢାଳିବା ପାଇଁ ଏହାର ବହୁ ପୂର୍ବରୁ ଭକ୍ତମାନେ ଧାଡ଼ିରେ ଛିଡା ହୋଇଥିବାର ଦେଖିବାକୁ ମିଳିଥିଲା। ଭକ୍ତଙ୍କ ସମାଗମକୁ ଆଖିଆଗରେ ରଖି ମନ୍ଦିର ପ୍ରଶାସନ ତରଫରୁ ପୋଲିସ ମୁତୟନ କରାଯିବା ସହ ସ୍ଵତନ୍ତ୍ର ବ୍ୟାରିକେଡ କରାଯାଇ ଭକ୍ତଙ୍କ ଭିଡ଼କୁ ନିୟନ୍ତ୍ରଣ କରାଯିବାର ବ୍ୟବସ୍ଥା କରାଯାଇଥିଲା।

 

 

 

Share in top social networks!