ଭୋଟ ଗ୍ରହଣ କେନ୍ଦ୍ର ଗୁଡିକୁ ପୁନର୍ଗଠନ କାରାଯିବ: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

MAP-11ଭାରତର ନିର୍ବାଚନ ଆୟୋଗଙ୍କ ଦ୍ଵାରା ନିର୍ଦ୍ଧାରିତ ନିର୍ଦ୍ଦେଶନାମା ଅନୁଯାୟୀ ରାଜ୍ୟର ଭୋଟ ଗ୍ରହଣ କେନ୍ଦ୍ରଗୁଡ଼ିକୁ ପୁନର୍ଗଠନ କରାଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଡଃ ମୋନା ଶର୍ମା ସ୍ଵୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ବୈଠକରେ ପ୍ରକାଶ କରିଛନ୍ତି । ଆୟୋଗଙ୍କ ଦ୍ଵାରା ନିର୍ଦ୍ଧାରିତ ମାନଦଣ୍ଡ ଅନୁଯାୟୀ ମୁଖ୍ୟତଃ ଗ୍ରାମାଞ୍ଚଳରେ ସର୍ବାଧିକ ୧୨୦୦ (ବାରଶହ) ଭୋଟରଙ୍କ ପାଇଁ ଗୋଟିଏ ଭୋଟଦାନ କେନ୍ଦ୍ର ଏବଂ ସହରାଞ୍ଚଳରେ ସର୍ବାଧିକ ୧୪୦୦ (ଚଉଦଶହ) ଭୋଟରଙ୍କ ନିମନ୍ତେ ଗୋଟିଏ ଭୋଟ ଦାନ କେନ୍ଦ୍ର ସ୍ଥାପନ କରାଯିବା ସହ କୌଣସି ଭୋଟରଙ୍କୁ ଭୋଟ ଦାନ କେନ୍ଦ୍ର ରେ ପହଞ୍ଚିବା ପାଇଁ ୨ କିମିରୁ ଅଧିକ ଦୂରତ୍ଵ ଅତିକ୍ରମ କରିବାକୁ ପଡୁନଥିବା ଆବଶ୍ୟକ ।

ସେହିଭଳି ଗ୍ରାମାଞ୍ଚଳରେ ଗୋଟିଏ ସ୍ଥାନରେ ୨(ଦୁଇ) ଟିରୁ ଅଧିକ ଭୋଟଦାନ କେନ୍ଦ୍ର ଏବଂ ସହରାଞ୍ଚଳରେ ଗୋଟିଏ ସ୍ଥାନରେ ୪ଟିରୁ ଅହିକ ଭୋଟଦାନ କେନ୍ଦ୍ର ସ୍ଥାପନ କରାଯିବ ନାହିଁ । ଏହି ସବୁ ଦିଗକୁ ଦୃଷ୍ଟିରେ ରଖି ରାଜ୍ୟରେ ଭୋଟଦାନ କେନ୍ଦ୍ରଗୁଡ଼ିକର ପୁନର୍ଗଠନ କରାଯାଉଛି ବୋଲି ଶ୍ରୀମତୀ ଶର୍ମା ସୂଚନାଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରରେ ସ୍ଵୀକୃତୀପ୍ରାପ୍ତ ରାଜନୈତିକ ଦଳର ବୈଠକତା ୧୭.୭.୨୦୧୩ ରିଖ ସୁଦ୍ଧା ଆହୁତ କରାଯାଇ ସେମାନଙ୍କର ମାତାମତ ଗ୍ରହଣ କରାଯିବ । ଜିଲ୍ଲାପାଳମାନେ ପ୍ରସ୍ତାବିତ ଭୋଟଦାନ କେନ୍ଦ୍ର ତାଲିକା ତା ୨୨.୦୭.୨୦୧୩ ରିଖ ସୁଦ୍ଧା ରାଜ୍ୟ ମୁଖ୍ୟ ନିରବାଚନ ଅଧିକାରୀଙ୍କୁ ପ୍ରେରଣ କରିବେ ଏବଂ ମୁଖ୍ୟା ନିର୍ବାଚନ ଅଧିକାରୀ ପ୍ରସ୍ତାବିତ ଭୋଟ ଦାନକେନ୍ଦ୍ର ଗୁଡିକର ତାଲିକା ଅନୁମୋଦନ ନିମନ୍ତେ ଭାରତ ନିର୍ବାଚନ ଆୟୋଗଙ୍କୁ ଆଗାମୀ ୩୧.୦୭.୨୦୧୩ ସୁଦ୍ଧା ପ୍ରେରଣ କରିବେ । ପ୍ରକାଶ ପାଉକି ୨୦୧୨ ମସିହାରେ ଭୋଟଗ୍ରହଣ କେନ୍ଦ୍ରଗୁଡ଼ିକ ପୁନର୍ଗଠନ କରାଯାଇ ରାଜ୍ୟରେ ମୋଟ ୩୩,୨୪୪ ଟି ଭୋଟ ଗ୍ରହଣ କେନ୍ଦ୍ର ସ୍ଥାପିତ କରାଯାଇଛି ।

ଏତତ ବ୍ୟତୀତ ଭାରତ ନିର୍ବାଚନ ଆୟୋଗ ଙ୍କ ନିର୍ଦ୍ଦେଶ କ୍ରମେ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଗତ ଅପ୍ରେଲ ୮ ତାରିଖରୁ ସ୍ଵତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ ହୋଇ ଜୁଲାଇ ୧ ତାରିଖ ରେ ଚୁଡାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି । ଏହି ସଂଶୋଧନ ପ୍ରକ୍ରିୟା ମାଧ୍ୟମରେ ୧୬,୩୦,୬୯୦ ମୃତ/ସ୍ଥାନାନ୍ତରିତ/ପୁନରାବୃତ୍ତ ଭୋଟରଙ୍କ ନାମ ଭୋଟର ତାଲିକାରୁ ବାଦ୍ ଦିଆଯାଇଥିବାବେଳେ ଭୋଟର ତାଲିକାରେ ଫଟୋନଥିବା ୮,୨୦,୪୬୩ ଭୋଟରଙ୍କ ଠାରୁ ଫଟୋ ସଂଗ୍ରହ କରାଯାଇଛି । ଏତଦ ଭିନ୍ନ ୨୧,୩୪,୫୭୩ ଭୋଟରଙ୍କ ବିବରଣୀରେ ଥିବା ତୃଟିକୁ ସଂଶୋଧନ କରାଯିବା ସହ ୨,୦୭,୯୭୨ ଜଣ ନୂତନ ଭୋଟରଙ୍କୁ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି । ସଂଶୋଧନ ପ୍ରକ୍ରିୟା ମାଧ୍ୟମରେ ଭୋଟର ତାଲିକା ରେ ପ୍ରତିଫଳିତ ହୋଇଥିବା ଯୋଗ,ବାଦ୍ ଏବଂ ସଂଶୋଧନ ସମ୍ପର୍କିତ ସମସ୍ତ ତଥ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ୱେବସାଇଟରେ ସ୍ଥାନିତ ହୋଇଛି ବୋଲି ସ୍ଵରାଷ୍ଟ୍ର (ନିର୍ବାଚନ) ବିଭାଗର ସୂଚନା ଅଧିକାରୀ ଶ୍ରୀ ଲଲାଟେନ୍ଦୁ ମହାପାତ୍ର ଜଣାଇଛନ୍ତି ।

Share in top social networks!
Powered By Indic IME