ଶିକ୍ଷୟିତ୍ରୀ ସୁପ୍ରଭ ଶତପଥି ସମ୍ମାନୀତ

MRS.-SATAPATHYଉତ୍ତମ ଶିକ୍ଷା ପ୍ରଦାନ ଛାତ୍ରଛାତ୍ରୀମାନଙ୍କୁ ଆଦର କରୁଥିବାରୁ ଶିକ୍ଷୟିତ୍ରୀ ସୁପ୍ରଭା ଶତପଥୀଙ୍କୁ ଓଡିଶା ପରତିଭା ପୂଜା ସମିତି ପକ୍ଷରୁ ଏହି ସାରସ୍ଵତ ସମ୍ମାନ ପ୍ରଦାନ କରାଯାଇଛି । କଟକ ଶତାବ୍ଦୀ ଭବନଠାରେ ଆୟୋଜିତ ଏକ ଭବ୍ୟ ସମ୍ବର୍ଦ୍ଧନା ଉତ୍ସବରେ ସ୍ବାସ୍ଥ୍ୟମନ୍ତ୍ରୀ ଡାଃ ଦାମୋଦର ରାଉତ ଶ୍ରୀମତୀ ଶତପଥୀଙ୍କୁ ସମ୍ମାନ ସହ ମାନପତ୍ର ପ୍ରଦାନ କରିଛନ୍ତି ।

ଶ୍ରୀମତୀ ଶତପଥି ସମସ୍ତ କାର୍ଯ୍ୟକୁ ପଛରେ ପକାଇ ବିଦ୍ୟାଳୟରେ କର୍ତ୍ତବ୍ୟ ପରାୟଣତାକୁ ନିର୍ଭୁଲ ଭାବେ ତୁଲାଇ ଆସିଛନ୍ତି । ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ଅଭିଭାବକ ମହଲରେ ଶ୍ରୀମତୀ ଶତପଥି ଆଦରଣୀୟ ହୋଇଥିବାରୁ ପ୍ରତିଭା ପୂଜା ସମିତି ପକ୍ଷରୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ବୋଲି ସଭାରେ ଘୋଷଣା କରାଯାଇଥିଲା । ଅଧୁନା ଶ୍ରୀମତୀ ଶତପଥୀ କଟକ ଖପୁରିଆ,ନୟାଚୌକ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷୟତ୍ରୀଭାବେ ସେବା ଯୋଗାଇ ଆସୁଛନ୍ତି ।