ଆମେରିକା ନିର୍ମିତ ବନ୍ଧୁକ ସହ ବିସ୍ଫୋରଣ ଜବତ

COBRA 202ସୁନାବେଡା ସ୍ଥିତ କୋବ୍ରା ୨୦୨ ବାଟାଲିୟନ ଓ ଜିଲ୍ଲା ଭଲ୍ୟୁଣ୍ଟାରି ଫୋର୍ସ ଦ୍ଵାରା ମିଳିତ କମ୍ବିଙ୍ଗ ବେଳେ ନାରାୟଣ ପାଟଣା ଓ ଦାମନପୋଡି ସଂଯୋଗ କରୁଥିବା ବିଜାଘାଟି ଜଙ୍ଗଲର ବେଟିପାଇ,ୱାସାପାଇକା ଅଞ୍ଚଳରେ ଏକ ପାହାଡ ତଳୁ ବିସ୍ଫୋରଣ ସାମଗ୍ରୀ ସହ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ମାଓବାଦୀଙ୍କ ଦ୍ଵାରା ବ୍ୟବହୃତ ମ୍ୟାଗଜିନ,କ୍ଳେମର ମାଇନ ୨ଟି,୨୧ ଟି ୯୩୩ ଜିବନ୍ତ ଗୁଳି,ଆଇଇଡି ୬ କେଜି,୧୨ ବୋର ଗୁଳି ଦୁଇଟି ଗୁଳି,୨୩ ପ୍ୟାକେଟ ବିସ୍ଫୋରଣ,ହାଇୱାଟ ବ୍ୟାଟେରୀ ୩ ଟି,ମଲଟିମିଟର ସହ ତାର,୮ ଏମଏମ ଆରଡିଏସ,ଇଲେକଟ୍ରୋନିକ ଡିଟେନେଟର ୩୨ ଟି,ଆଇରନ ପାଲେଟ ୩ କେଜି,ସୁଇଚ୍,ପାଉଡର ଓ ବ୍ଳାକପାଉଡର ପ୍ରମୁଖସାମଗ୍ରୀ ରହିଛି ।

ଏସବୁ ଜିନିଷ କୋବ୍ରା ୨୦୨ ବାଟାଲିୟନ ସୁନାବେଡାକୁ ଅଣାଯିବା ପରେ ଜିଲ୍ଲା ପୋଲିସ କୁ ହସ୍ତାନ୍ତର କରାଯାଛି । ୨୦୨ କୋବ୍ରା କମାଣ୍ଡାଟ ଆର.ଡବ୍ଲ୍ୟୁ ଦ୍ଵାୱାଙ୍କ ନେତୃତ୍ଵରେ ଡେପୁଟି କମାଣ୍ଡାଣ୍ଟା ଏ.ମାହେଓ,ସରକାରୀ କମାଣ୍ଡାଣ୍ଟା ଆର.କେ.ପାଣ୍ଡେ ସହ ୫୦ରୁ ଊର୍ଦ୍ଧ୍ଵ ଯବାନ ଓ ଜିଲ୍ଲା ପୋଲିସର ଯବାନମାନେ ବିଜାଘାଟି ନିକଟ ୱାସାପାଇକା ଜଙ୍ଗଲରେ କମ୍ବିଙ୍ଗ କଲାବେଳେ ଏସବୁ ଜିନିଷ ଜବତ କରିଥିଲେ । ଆଗାମୀଦିନରେ କମ୍ବିଙ୍ଗ ଜୋରଦାର କରାଯିବ ବୋଲି ବାଟାଲିୟନ ପକ୍ଷରୁ ସୂଚନା ମିଳିଛି ।

Share in top social networks!
Powered By Indic IME