ସିସୋର କମ୍ପାନୀ ଠକେଇ ମାମଲା, ୭ ନିର୍ଦ୍ଦେଶକଙ୍କ ବିରୋଧରେ ମାମଲା ରୁଜୁ

ଆର୍ଥିକ ଅନିୟମିତତା ଓ ଠକେଇ ହୋଇଥିବା ନେଇ ସିସୋର ଗ୍ରୁପ ଅଫ କମ୍ପାନୀଜ ବିରୋଧରେ କ୍ରାଇମବ୍ରାଞ୍ଚକୁ ଅନେକ ପ୍ରମାଣ ମିଳିଛି। କମ୍ପାନୀର ବୋର୍ଡ ଅଫ ଡାଇରେକ୍ଟର୍ସର ୭ଜଣ ନିର୍ଦ୍ଦେଶକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। କମ୍ପାନୀରେ ଅନେକ ଶିଳ୍ପପତି, ଖଣି ବ୍ୟବସାୟୀ, ରାଜନେତାଙ୍କ ଟଙ୍କା ଲାଗିଥିବା ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଛି। ଗତ ୧୮ ତାରିଖରେ କ୍ରାଇମବ୍ରାଞ୍ଚ ସିସୋର ଗ୍ରୁପ ଅଫ କମ୍ପାନୀଜର ବିଭିନ୍ନ ଅଫିସରେ ଚଢାଉ କରିଥିଲା। ଭୁବନେଶ୍ଵରର ଶହୀଦନଗର, ପଟିଆ, ଖାରବେଳନଗରର ଶ୍ରୀୟା ଟକିଜରେ ଥିବା ଅଫିସ, ଝରପଡ଼ା ଓ କଟକ ଜଗତପୁରରେ ଥିବା ଡାଏରୀ ଅଫିସରେ ଏକ ସାଙ୍ଗରେ ଚଢାଉ କରିଥିଲେ।   

 

 

 

 

 

 

 

 

Share in top social networks!