ରାଷ୍ଟ୍ରପତି ନିର୍ବାଚନ: ଭୋଟ ଦେଲେ ୧୪୫ ବିଧାୟକ, ଚୌଦ୍ଵାର-କଟକ ବିଧାୟକ ପ୍ରଭାତ ବିଶ୍ଵାଳଙ୍କ ଭୋଟ ନାକଚ

୨୦୧୨ର ବହୁଚର୍ଚ୍ଚିତ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟଗ୍ରହଣ ଶେଷ ହୋଇଛି। ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ଦୁଇ ଜଣ ପ୍ରାର୍ଥୀ ପ୍ରଣବ ମୁଖାର୍ଜୀ ଓ ପି॰ଏ॰ ସଙ୍ଗମାଙ୍କ ଭାଗ୍ୟ ଏବେ ଭୋଟ ବାକ୍ସରେ ସିଲ ହୋଇଯାଇଛି। ଆସନ୍ତା ୨୨ ତାରିଖରେ ଏହାର ଗଣନା ହେବ। ଏହି ନିର୍ବାଚନ ପାଇଁ ସମୁଦାୟ ୧୪୫ ଜଣ ଭୋଟ ଦେଇଛନ୍ତି। ପ୍ରଥମେ ବିରୋଧୀ ଦଳ ନେତା ଭୁପିନ୍ଦର ସିଂ ଓ ଶେଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୋଟ ଦେଇଥିଲେ। ୧୪୭ ବିଧାୟକଙ୍କ ମଧ୍ୟରୁ ୧୪୫ ଜଣ ଏବଂ ଜଣେ ସ୍ଵାଧୀନ ରାଜ୍ୟ ସଭା ସଦସ୍ୟ ଭୋଟ ଦାନ କରିଛନ୍ତି। ଏହି ଭୋଟଗ୍ରହଣ ବେଳେ କେତେକ ବ୍ୟତିକ୍ରମ ଦେଖାଦେଇଛି।

ଦଳର ନିଷ୍ପତ୍ତି ଅନୁସାରେ ଏକମାତ୍ର ସିପିଆଇ ବିଧାୟକ ଆଦିକନ୍ଦ ଶେଠୀ ଭୋଟଦାନରୁ ବିରତ ରହିଥିବା ବେଳେ କଂଗ୍ରେସର କୋଟପାଡ ବିଧାୟକ ବସୁଦେବ ମାଝି ଅସୁସ୍ଥତା ସତ୍ତ୍ୱେ ଭୋଟ ଦେବାକୁ ଆମ୍ବୁଲାନ୍ସରେ ଆସିଥିଲେ ମଧ୍ୟ ଭୋଟ ଦେଇନପାରି ଫେରିଯାଇଥିଲେ। ସେହିପରି ବିଜେଡିରୁ ନିଲମ୍ବିତ ହୋଇଥିବା ଚୌଦ୍ଵାର-କଟକ ବିଧାୟକ  ପ୍ରଭାତ ରଞ୍ଜନ ବିଶ୍ଵାଳଙ୍କ ଭୋଟ ନାକଚ ହୋଇଛି। ଭୋଟଦାନ ପରେ ସେ ତାଙ୍କ ଭୋଟ କାଗଜକୁ ପ୍ରଦର୍ଶନ କରିଦେବାରୁ ତାହା ନାକଚ ହୋଇଯାଇଥିଲା। ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ ଭୋଟ କାଗଜ ଦର୍ଶାଇଥିବାରୁ ତାହା ବିବାଦ ଘେରରେ ରହିଛି। ସେ ଭୋଟ ଦେବା ପୂର୍ବରୁ ବାଲଟ ପେପର ଦର୍ଶାଇଥିଲେ। ଅସୁସ୍ଥତା କାରଣରୁ ବିଜୟ ରଞ୍ଜନ ସିଂ ବରିହା, ପର୍ଶୁରାମ ପାଣିଗ୍ରାହୀ ହ୍ଵିଲ ଚେୟାରରେ ଆସି ଭୋଟ ଦେଇଥିଲେ।     

 

 

 

 

 

Share in top social networks!