ସ୍ଵତନ୍ତ୍ର ଖୁଆଡକୁ ଆସିଲା ‘ନନ୍ଦନ’

nandankanazooଶେଷରେ ଜଙ୍ଗଲୀ ବାଘ’ନନ୍ଦନ’କୁ ଆଜି ପୂର୍ବାହ୍ନ ରେ ନିଶ୍ଚେତକଦେଇ ୩୧(ଘ)ଖୁଆଡକୁ ଅଣାଯାଇଛି । ଏହା ପୂର୍ବରୁ ୩୧(କ)ଖୁଆଡରୁ ଧଳାବାଘ ଋଷିକୁ ମେଘା ପଛପାଖ ୩(ଖ)ଖୁଆଡରେ ମେଘା ବାଘୁଣୀ ରହିଛି । ତେବେ ନନ୍ଦନର ଗତିବିଧି ଉପରେ ନଜର ରଖିବାକୁ ୩୧(ଘ)ଖୁଆଡରେ ସିସିଟିଭି କ୍ୟାମେରା ଲଗାଯାଇଛି । ସେହିପରି ଏଙକ୍ଲୋଜର ମଧ୍ୟରେ ମଇଁଷି ମାଂସ ଓ ପାଣିର ବ୍ୟବସ୍ଥା କରାଯାଇଛି ।ବାଘ ଶାନ୍ତ ଓ ସ୍ଵାଭାବିକ ରହିତଢ଼ିବା ନନ୍ଦନକାନନ ସୂତ୍ରରୁ ଜଣାପଡିଛି । ପ୍ରକାଶ ଯେ,ପୂର୍ବ ପ୍ରସ୍ତୁତି ଅନୁଯାୟୀ ଆଜି ପୂର୍ବାହ୍ନ ୧୨ଟା ୧୫ ମିନିଟ୍ ରେ ବରିଷ୍ଠ ବନ୍ୟାପ୍ରାଣୀ ଚିକିତ୍ସକ ନଳନୀକାନ୍ତ ମହାନ୍ତି ବାଘକୁ ଟ୍ରାଙ୍କୁଲାଇଜ୍ କରିଥିଲେ । ଠିକ୍ ୧୫ ମିନିଟ୍ ରେ ବାଘଟି ଶୋଇ ପଡିଥିଲା ।

ଏହାପରେ ଏକ ଯନ୍ତାରେ ବାଘକୁ ରଖି ସ୍ଵତନ୍ତ୍ର ଭାବେ ନିର୍ମିତ ୩୧(ଘ)ଖୁଆଡକୁ ଅଣାଯାଇଥିଲା । ଏହା ପୂର୍ବରୁ ୩୧(କ)ଖୁଆଡରୁ ଧଳାବାଘ ଋଷିକୁ ବାଘୁଣୀ ମେଘା ପଛପାଖ ୩୧(ଗ)ଖୁଆଡକୁ ସ୍ଥାନାନ୍ତର କରାଯାଇଥିଲା । ୩୧(ଘ)ରେ ନନ୍ଦନକୁ ଛଡାଯିବାର ୧୫ ମିନିଟ୍ ପରେ ଅର୍ଥାତ ୧୨ ଟା ୪୫ମିନିଟ୍ ରେ ନନ୍ଦନର ଚେତା ଫେରିଥିଲେ । ସେ ସଂପୂର୍ଣ୍ଣ ସୁସ୍ଥତାର ସହିତ ବୁଲିବା ଓ ଶୋଇବା ଦୃଶ୍ୟ ଏନକ୍ଳୋଜରରେ ଲାଗିଥିବା ୪ ଟି ସିସିଟିଭି କ୍ୟାମେରାରୁ ଦେଖାଯାଇଥିବା ନନ୍ଦନକାନନ ସୂତ୍ରରୁ ଜଣାପଡିଛି । ସେହିପରି ରାତ୍ରୀକାଳୀନ ନିରୀକ୍ଷଣ ପାଇଁ ଏନକ୍ଳୋଜରର ମଧ୍ୟରେ ମଇଁଷି ମାଂସ ଓ ପାଣିର ବ୍ୟବସ୍ଥା କରାଯାଇଛି । ବାଘଟି ଶାନ୍ତ ଓ ସ୍ଵାଭାବିକ ଥିବା ଜଣାପଡିଛି । ନନ୍ଦନକୁ ଉତ୍ତମ ଭାବେ ଖାଦ୍ୟ ପେୟ ଦେଇ ତାର ଯତ୍ନ ନିଆଯାଇ ଯେତେଶୀଘ୍ର ଆୟତ୍ତକୁ ଅଣାଯାଇ ପାରିବ ସେଥିଲାଗି ଚେଷ୍ଟା କରାଯାଉଛି । ସେ ସଂପୂର୍ଣ୍ଣ ରୂପରେ ଆୟତ୍ତକୁ ଆସିବା ପରେ ତାକୁ ପ୍ରଥମେ ମେଘା ବାଘୁଣୀ ଓ ପରେ ସାରା ଓ ଅନ୍ୟ ବାଘୁଣୀ ସହିତ ମିଳନର ସୁଯୋଗ ଦେବା ଲାଗି ଚିନ୍ତା କରାଯାଉଛି । ଏହା ନନ୍ଦନକାନନରେ ବାଘଗା ବଂଶ ବୃଦ୍ଧି ଯୋଜନାରେ ସହାୟକ ହେବ ବୋଲି ନନ୍ଦନକାନାନ ସୂତ୍ରରୁ ଜଣାପଡିଛି ।

ବାଘଟିକୁ ଆଣିବା ପରଠାରୁ ଏନକ୍ଳୋଜର ରେଞ୍ଜ ଅଫିସର ଅଞ୍ଜନ କୁମାର ମହାନ୍ତି,ଲିଙ୍ଗରାଜ ଦାଶ,ଫରେଷ୍ଟ ଗାର୍ଡ ରାମଚନ୍ଦ୍ର କାଣ୍ଡି,ଫରେଷ୍ଟର ବି ସି ମହାନ୍ତି ଓ ନକୁଳ ପାତ୍ରଙ୍କ ଉପରେ ନ୍ୟସ୍ତ କରାଯାଇଛି । ସେହିପରି ବାରିଷ୍ଟ ବନ୍ୟପ୍ରାଣୀ ଚିକିତ୍ସକ ଡ଼.ନଳିନୀକାନ୍ତ ମହାନ୍ତି,ଡ଼.ଶରତ ସାହୁ ଓ ଅନିଲ ଦାସଙ୍କ ଉପରେ ନନ୍ଦନର ସ୍ୱାସ୍ଥ୍ୟ ପରୀକ୍ଷା ଦାୟିତ୍ଵ ଦିଆଯାଇଛି । ଏସବୁ କାର୍ଯ୍ୟର ତାତ୍ଵାବଧାନ କରୁଛନ୍ତି ସହକାରୀ ନିର୍ଦ୍ଦେଶକ କମଳଲୋଚନ ପୁରୋହିତ । ଆଜି ଅପରାହ୍ନରେ ପିସିସିଏଫ୍ ୱାଇଲଡ ଲାଇଫ୍ ଜେ.ଡି ଶର୍ମା,ନନ୍ଦନକାନନ ନିର୍ଦ୍ଦେଶକ ସୁଦର୍ଶନ ପଣ୍ଡା,ଉପନିର୍ଦ୍ଦେଶକ ଚିତ୍ତରଞ୍ଜନ ମିଶ୍ରଙ୍କ ସହିତ ପରିସ୍ଥିତି ସଂପର୍କରେ ଆଲୋଚନା କରିଛନ୍ତି ।

Share in top social networks!
Powered By Indic IME