ମେଡିକାଲ କାଉନସେଲିଂ ଆରମ୍ଭ, ଚଏସ ଲକିଂର ଶେଷ ତାରିଖ ଜୁଲାଇ ୨୨

କଟକ, ବ୍ରହ୍ମପୁର ଓ ବୁର୍ଲାରେ ଥିବା ୩ଟି ସରକାରୀ ମେଡିକାଲ କଲେଜରେ ୧୫୦ଟି ଲେଖାଏ ଏମବିବିଏସ ସିଟରେ ନାମଲେଖା ପାଇଁ କାଉନସେଲିଂ ଆରମ୍ଭ ହୋଇଛି। ସେହିପରି ଭୁବନେଶ୍ଵର ଓ ରାଉରକେଲାରେ ଥିବା ହାଇଟେକ ମେଡିକାଲ କଲେଜ ଓ ହସ୍ପିଟାଲରେ ଥିବା ୧୦୦ଟି ଲେଖାଏ ଏମବିବିଏସ ସିଟରେ ନାମଲେଖା ପାଇଁ କାଉନସେଲିଂ ଆରମ୍ଭ ହୋଇଛି। ଏଥିସହ କଟକ ଏସସିବି ମେଡିକାଲ କଲେଜରେ ୫୦ଟି ଓ  ଭୁବନେଶ୍ଵର ହାଇଟେକ ମେଡିକାଲ କଲେଜରେ ୧୦୦ଟି  ବିଡିଏସ ସିଟରେ ନାମଲେଖା ପାଇଁ କାଉନସେଲିଂ କରାଯାଉଛି। ଏ ବର୍ଷ ୨୮ ଶହ ୫୨ ଜଣ ଛାତ୍ରଛାତ୍ରୀ ମେଡିକାଲ କାଉନସେଲିଂ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ୧୯ ତାରିଖରୁ ୨୨ ତାରିଖ ମଧ୍ୟରେ ସେମାନେ ନୋଡାଲ ସେଣ୍ଟରକୁ ଆସି ପ୍ରମାଣପାତ୍ର ଯାଞ୍ଚ କରାଇବା ସହ ଚଏସ ଲକିଂ ବି କରିପାରିବେ। ଏହି ସମୟରେ ସେମାନଙ୍କୁ ଆଂଶିକ ଦେୟ ମଧ୍ୟ ଦାଖଲ କରିବାକୁ ପଡ଼ିବ। ୨୬ ତାରିଖରୁ ପ୍ରଥମ ପର୍ଯ୍ୟାୟ ସିଟ ଆଲଟମେଣ୍ଟ କରାଯିବ। ମେଡିକାଲ କାଉନସେଲିଂ ପାଇଁ ଭୁବନେଶ୍ଵରରେ କେବଳ ଚାରିଟି ନୋଡାଲ ସେଣ୍ଟର ଖୋଲାଯାଇଛି। ସିଇଟି, ସିପେଟ, ଆଇଆଇଆଇଟି ଓ ବିଜେବି କଲେଜରେ ଏହି ନୋଡାଲ ସେଣ୍ଟର କାମ କରିବ ।

Share in top social networks!