ମନମୁଣ୍ଡାରରେ ହରିଜନ ପରିବାରଙ୍କ ଘରପୋଡି ଓ ଲୁଟପାଟ ଘଟଣା; ସାତମାସ ପରେ ବି ମିଳିନି କ୍ଷତିପୂରଣ,ଅଭିଯୁକ୍ତଙ୍କୁ ଧରୁନି ପୁଲିସ୍

OLYMPUS DIGITAL CAMERAବୌଦ୍ଧଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ରତାଖଣ୍ଡି ଗାଁରେ ୧୬ ହରିଜନ ପରିବାରଙ୍କ ଘରପୋଡି,ଭଙ୍ଗାରୁଜା ଓ ଲୁଟତରାଜ ଘଟଣାରେ ସରକାରଙ୍କ ଉଦାସୀନତା ଓ ପୋଲିସର ନିଷ୍କିୟତା ପରେ କ୍ଷତିଗ୍ରସ୍ତ ଲୋକେ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଫେରାଦ ହୋଇଛନ୍ତି । ସାମାଜିକ ସଂଗଠନ ଇଣ୍ଡିଆ ମିଡିଆ ସେଣ୍ଟରର ମୁଖ୍ୟ ତଥା ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡଙ୍କ ନେତୃତ୍ଵରେ କ୍ଷ୍ୟତିଗ୍ରସ୍ତ ପରିବାରର ସଦସ୍ୟ ମାନେ କମିସନଙ୍କୁ ଭେଟି ଦୁଃଖ ଜଣାଇଛନ୍ତି । ଗତବର୍ଷ ସେପ୍ଟେମ୍ବର ୧୮ ଓ ୧୯ ରେ ରତାଖଣ୍ଡି ଗାଁର ଗଣ୍ଡା ହରିଜନ ସାହିରେ ସଂଘବଦ୍ଧ ଆକ୍ରମଣ ହୋଇଥିଲା ।

ବ୍ରହ୍ମାସୁନା,ପ୍ରଦେଶୀ ସୁନା,ମାଳତୀ ଓ ତିଳୋତମା ମୁନାଙ୍କ ଘରକୁ ପୋଡି ଦିଆଯାଇଥିଲା । ଅନ୍ୟ ପରିବାର ଲୋକଙ୍କ ଘରେ ପଶି ସେମାନଙ୍କୁ ମାରପିଟ ଓ ମହିଳାମାନଙ୍କୁ ଅସଦାଚରଣ କରାଯାଇଥିଲା । ସେମାନଙ୍କ ଟଙ୍କାପଇସା,ଅଳଙ୍କାର,ବାସନକୁସନ,ଗୃହ ଉପକରଣ,ଧାନଚାଉଳ,ଗାଈଗୋରୁ,ଛେଳିମେଣ୍ଢା ଆଦି ଗୃହପାଳିତ ପଶୁ ନେଇ ଯାଇଥିଲେ । ମନମୁଣ୍ଡା ପୋଲିସ ପ୍ରାୟ ପାଞ୍ଚ ମାସ ପରେ ଏତଲା ରୁଜୁ କରିଥିଲେ । ହେଲେ ଅଭିଯୁକ୍ତମାନଙ୍କୁ ଧରିବାକୁ କୌଣସି ପ୍ରୟାସ କରିନାହିଁ ।

ପ୍ରଶାସନ ମଧ୍ୟ ଏମାନଙ୍କୁ କୌଣସି କ୍ଷତିପୂରଣ ଦେଇନାହିଁ । ଘର ଭାଙ୍ଗି ଯାଇଥିବାରୁ ଓ ଅଭିଯୁକ୍ତଙ୍କୁ ଧମକ ଚମକ ଯୋଗୁଁ ସେମାନେ ଗାଁକୁ ଫେରିପାରୁନାହାନ୍ତି । ଯାହାଫଳରେ ସେମାନେ ସାମାଜିକ ସଂଗଠନ ଇଣ୍ଡିଆ ମିଡିଆ ସେଣ୍ଟରର ଜରିଆରେ କମିଶନଙ୍କୁ ଭେଟି ଗୁହାରି ଜଣାଇଛନ୍ତି । କ୍ଷତିପୂରଣ,ଥଇଥାନ ଓ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ସେମାନେ ନିବେଦନ କରିଛନ୍ତି ।

Share in top social networks!
Powered By Indic IME