ବିଜେପି ଅନୁସୂଚିତ ଜାତି ମୋର୍ଚା ବୈଠକ

ନବଗଠିତ ବିଜେପି ଅନୁସୂଚିତ ଜାତି ମୋର୍ଚର ପ୍ରଥମ ପଦାଧିକାରୀ ବୈଠକ ଆଜି ଦଳୀୟ ରାଜ୍ୟ କାର୍ଯ୍ୟାଳୟରେ ମୋର୍ଚା ସଭାପତି ପୂର୍ବତ୍ତନ ମନ୍ତ୍ରୀ ପ୍ରଦୀପ୍ତ କୁମାର ନାଏକଙ୍କ ଅଧ୍ୟକ୍ଷତାରେ ବସିଥିଲା । ରାଜ୍ୟର ସମସ୍ତ ସଂରକ୍ଷିତ ଆସନଗୁଡିକରେ ଦଳୀୟ ପାର୍ଥୀଙ୍କୁ ଜିତାଇ ସବୁ ଆସନକୁ କିଭଳି ଅକ୍ତିଆରକୁ ଅଣାଯିବ ସେଥିପାଇଁ ବୈଠକରେ ନୀତି ନିର୍ଧାରଣ କରାଯାଇଥିଲା ।

ବାବୁ ଜଗଜ୍ଜୀବନ ରାମଙ୍କ ନାଁରେ କେନ୍ଦ୍ରୀୟ ଯୋଜନାରେ ଅନୁସୂଚିତ ଜାତିର ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ହଷ୍ଟେଲ ତିଆରି କରିବାକୁ ରାଜ୍ୟ ସରକାର ୨୦୦୭ ରୁ ଅନୁମୋଦନ ପାଇଥିଲେ ହେଁ ଯୋଜନାକୁ ଆଜିଯାଏ କାର୍ଯ୍ୟକାରୀ କରିନଥିବାରୁ ବୈଠକରେ କ୍ଷୋଭ ପ୍ରକାଶ ପାଇଥିଲା ।

ଶିକ୍ଷାନୁଷ୍ଠାନର ସଂଖ୍ୟାନୁପାତ ସଂରକ୍ଷଣ ପାଇଁ ଦାବି କରାଯିବା ସହ ଆଶ୍ରମ ସ୍କୁଲ ହଷ୍ଟେଲରେ ଅନୁସୂଚିତ ବର୍ଗ ପାଇଁ ୧୫ ପ୍ରତିଶତ ସିଟ ସଂରକ୍ଷିତ ରଖାଯିବାକୁ ଦାବି କରାଯାଇଥିଲା । ମୋର୍ଚାର ରାଜ୍ୟ କର୍ମକର୍ତ୍ତା ବାଇଧର ମଲିକ,ଦିଲୀପ ମଲିକ,ଚନ୍ଦନ ସ୍ଵରାଜ,ସନ୍ତୋଷ ବେହେରା,ସୁଶାନ୍ତ ମଲିକ,ବସନ୍ତ ନାୟକ,କେଶବ ବିହାରୀ,ଏମ୍.ଆର୍ଯ୍ୟ,ମହେଶ୍ଵର ସେଠୀ,ବିପଦ ଭଞ୍ଜନ ଦାଶ,ଅଭିନ୍ନ ପାତ୍ର,ଦେବେନ୍ଦ୍ର ମଲିକ,ଦୂର୍ଗା ତନ୍ତି ଓ ହରିହର ମହାନନ୍ଦ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ ।

Share in top social networks!
Powered By Indic IME