ଏଣିକି ଗାଡ଼ିରେ ଓଆର ବଦଳରେ ଓଡି ନମ୍ବର: ସେପ୍ଟେମ୍ବରରୁ ହେବ ଲାଗୁ

ଏଣିକି ବିଭିନ୍ନ ଗାଡ଼ିର ନମ୍ବର ପ୍ଳେଟରେ ଓଆର ବଦଳରେ ଓଡି ଲେଖାଯିବ । ଇଂଲିଶ ବନାନରେ ରାଜ୍ୟର ନା ଓରିଶା ବଦଳରେ ଓଡ଼ିଶା ହୋଇଥିବାରୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ପରିବହନ ବିଭାଗର ଏହି ପ୍ରସ୍ତାବକୁ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରଣାଳୟ ଅନୁମୋଦନ ଦେଇଛନ୍ତି। ପରିବର୍ତ୍ତିତ କୋଡ ଓଡି ଆସନ୍ତା ସେପ୍ଟେମ୍ବର ୧  ତାରିଖରୁ ରାଜ୍ୟରେ ଲାଗୁ ହେବ। ପୂର୍ବରୁ ଯେଉଁ ଗାଡ଼ିଗୁଡ଼ିକରେ ଓଆର ଲେଖାଯାଇଛି ସେଥିରେ କୌଣସି ପରିବର୍ତ୍ତନ କରାଯିବ ନାହିଁ।

 

 

Share in top social networks!