କଟକ ସହରରେ ଦୁଇଟି ହତ୍ୟାକାଣ୍ଡ, ବୋମାମାଡ

cuttackkcityରବିବାର ଦିନ ଛୁଟିଦିନ ହୋଇଥିବାବେଳେ କଟକ ସହରରେ ଦୁଇଟି ହତ୍ୟାକାଣ୍ଡ ହୋଇଛି । ମୋଟ ଉପରେ କହିବାକୁ ଗଲେ ସକାଳେ ସହରରେ ଗୁଳିଫୁଟିଥିବା ବେଳେ ସନ୍ଧ୍ୟାରେ ହୋଇଛି ବୋମାମାଡ । ଯାହାକୁ ନେଇ ଭାଇଚାରା ସହରରେ ଏବେ ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ଖେଳାଇ ଦେଇଥିବା ବେଳେ କମିସନରରେଟ ପୋଲିସର କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି । ଅପରପକ୍ଷେ ଘଟଣାର ତଦନ୍ତ ଚାଲିଛି ଅଭିଯୁକ୍ତମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କମିଶନର ସୁନୀଲ ରାୟ ପ୍ରକାଶ କରିଛନ୍ତି ।

ଆଜି ସକାଳ ପାଖାପାଖି ୭.୩୦ ସମୟରେ କଟକର ଜନଗହଳି ପୂର୍ଣ୍ଣ ଶେଖବଜାର ଅଞ୍ଚଳରେ ହୋଇଥିଲା ଗୁଳିମାଡ । ଯେଉଁଥିରେ ଶେଖବଜାର ପୂଜା କମିଟିର ସମ୍ପାଦକ କେଶବ ବେହେରା ନାମକ ଜଣେ ବ୍ୟକ୍ତିଙ୍କ ଉପରେ ହୋଇଛି ଗୁଳିମାଡ । ଘଟଣାରେ ସେ ଗୁରୁତର ଭାବେ ଆହତ ହୋଇଥିବା ବେଳେ ପ୍ରଥମେ ତାଙ୍କୁ କଟକ ବଡ ମେଡିକାଲ ଓ ଏହାପରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଅଭିଯୋଗ ମୁତାବକ ଦୁର୍ବୁତ୍ତ ମାନେ ୩ଟି ବାଇକ ରେ ଆସି କେଶବଙ୍କ ଉପରେ ଗୁଳିମାଡ କରିଥିଲେ ।

ଯେଉଁଥିରେ ପାଖାପାଖି ୭ଟା ଗୁଳି ତାଙ୍କ ଦେହରେ ବାଜି ଥିଲା । ସୂଚନା ଅନୁସାରେ ଆଜି ସକାଳ ପାଖାପାଖି ୭.୩୦ ସମୟରେ କେଶବ ଚଣ୍ଡୀ ମନ୍ଦିରକୁ ଯାଇ ଗରସନ କରି ବାଇକ ଯୋଗେ ଫେରୁଥିବା ବେଳେ ତାଙ୍କ ଉପରେ ଦୁର୍ବୁତ୍ତ ମାନେ ଆକ୍ରମଣ କରିଥିଲେ । ଏହି ଘଟନା ପରେ କମିସନରରେଟ ପୋଲିସ ଓ ସାଇଣ୍ଟିଫିକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ରିପୋର୍ଟ ଲେଖା ହେବା ବେଳକୁ ଏହି ଘଟଣାରେ ପୋଲିସ କାହାରିଙ୍କୁ ଗିରଫ କରିପାରିନଥିଲା ।ଆଜି କଟକ ସହର ରେ ଏହିପରି ଘଟଣାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ଏପରିକି କଟକ ସହର ଯେପରି ଭାବେ ଅଶାନ୍ତ ହୋଇପଡିଛି ଏହାକୁ ନେଇ ଲୋକାମାନଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।

ଏପରିକି ସ୍ଥାନୀୟ ଲୋକମାନଙ୍କ ପକ୍ଷରୁ ଆଜି ଚଣ୍ଡୀ ମନ୍ଦିର ଛକ ନିକଟରେ ଲୋକମାନେ ଟାୟାର ଜାଲି ରାସ୍ତା ଆବୋରଧ କରି ରଖିଥିଲେ । ଏ ସମ୍ପର୍କରେ ସୂଚନା ଦେଇ ଆଶୀର୍ବାଦ ବେହେରା କହିଲେ ଯେ ଭାଇଚାରା ହେଉଛି କଟକ ସହର । ଏବେ ଯେପରି ଭାବେ ଘଟଣା ଘଟିଛି ଏହାଦ୍ୱାରା କଟକ ସହର ଅଶାନ୍ତ ହୋଇପଡିଛି । ଏହି ଘଟଣା ଘଟିବାର ପାଖାପାଖି ୨ ଘଣ୍ଟା ମଧ୍ୟରେ ପୋଲିସ ଘଟଣାରେ ଶିଶିର ସାହୁ ନାମକ ଜଣେ ଯୁବକଙ୍କୁ ଗିରଫ କରି ପୋଲିସ ତଦନ୍ତ ଜାରି ରଖିଛି । ଆଜି ସନ୍ଧ୍ୟାରେ ଜନଗହଳିପୁର୍ଣ୍ଣ ବାଲୁବଜାର ଚଣ୍ଡୀମନ୍ଦିର ଠାରେ ରହିଥିବା ରୋଭର୍ସ ଷ୍ଟ୍ରିପ ପୂଜା ମଣ୍ଡପ ନିକଟରେ ବୋମା ବାଦ ହୋଇଛି । ଏଥିରେ କେହି ମୃତାହତ ହୋଇନଥିବାବେଳେ ପାଖରେ ରହିଥିବା ଏକ ଚା ଦୋକାନ ସଂପୂର୍ଣ୍ଣ ଭାବେ ଭାଙ୍ଗି ଯାଇଥିବା କଥା ଚା ଦୋକାନ ନିକଟରେ ରହିଥିବା ପ୍ରତେକ୍ଷଦର୍ଶୀ ମାନେ ପ୍ରକାଶ କରିଛନ୍ତି । ଘଟଣାକୁ ନେଇ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ମିଳିଥିବା ସୂଚନା ଅନୁସାରେ ୨୦ଟି ବାଇକରେ ପାଖାପାଖି ୪୦ଜଣ ଯୁବକମାନେ ଏହି ଅଞ୍ଚଳରେ ତାଙ୍କର ଆତଙ୍କ ଆରମ୍ଭ କରିଥିଲେ । ତେବେ କିଛିଦିନ ଧରି କଟକ ସହରରେ ଏହିପରି ଆତଙ୍କ ଦେଖା ଦେଇଥିବା ବେଳେ ପୋଲିସ ପକ୍ଷରୁ ଘଟଣା ଉପରେ ଦ୍ରୁଷ୍ଟି ଦିଆଯାଇଥିବା କଥା ପ୍ରକାଶ କରିଛନ୍ତି ।

Share in top social networks!
Powered By Indic IME