୧୩ ରେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ଆସିବେ ସଙ୍କରାଚାର୍ଯ୍ୟ

soauniversityଚଳିତ ମାସ ୧୩ ତାରିଖରେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ(ସୋଆ)କୁ ଆସୁଛନ୍ତି ଶ୍ରୀମତ୍ ଜଗତ ଗୁରୁ ଶଙ୍କରାଚାର୍ଯ୍ୟ ସ୍ଵାମୀ ନିଶ୍ଚଳାନନ୍ଦ ସରସ୍ଵତୀ ମହାରାଜ । ଏହି ଅବସରରେ ଶ୍ରୀ ସଙ୍କରାଚାର୍ଯ୍ୟ ଉକ୍ତ ବିଶ୍ୱବିଦ୍ୟାଳୟର ଭେଷଜ ବିଜ୍ଞାନ ମହାବିଦ୍ୟାଳୟରେ ବିଜ୍ଞାନ ଓ ଆଧ୍ୟାତ୍ମିକବାଦ ଉପରେ ଆଧାରିତ ବିଷୟବସ୍ତୁ ଉପରେ ଉଦବୋଧନ ଦେବେ ।

ଆଜି ‘ସୋଆ’ପ୍ରେକ୍ଷାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି । ମଣିଷ ସମାଜ ପାଇଁ ବିଜ୍ଞାନ ଯେତିକି ଗୁରୁତ୍ଵ ବହନ କରେ,ତା’ଠାରୁ ଅଧିକ ଗୁରୁତ୍ଵ ବହନ କରେ ଆଧ୍ୟାତ୍ମିକବାଦ । ଏକ ସୁସ୍ଥ,ସମୃଦ୍ଧ ଓ ଶାନ୍ତି ପୂର୍ଣ୍ଣ ସମାଜ ଗଠନ ପାଇଁ ଉଭୟ ବିଜ୍ଞାନ ଓ ଆଧ୍ୟାତ୍ମିକବାଦ ଜରୁରୀ । ମାତ୍ର ଅଧୁନା ସମାଜରେ ଆଧ୍ୟାତ୍ମିକବାଦର ଅବକ୍ଷୟ ଘଟୁଛି । ତେଣୁ ଏହାର ଉତଥାନଵ ଜରୁରୀ । ଏଥିପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏଭଳି ଏକ ପଦକ୍ଷେପ ଗ୍ରହଣ କରାଯାଇଛି ।

ବିଶେଷ କରି ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଭିତରେ ଆଧ୍ୟାତ୍ମିକବାଦର ଗୁରୁତ୍ଵ ସୃଷ୍ଟି କରିବା ଲକ୍ଷ୍ୟରେ ଏଠାରେ ସ୍ଵାମୀ ସଙ୍କରାଚାର୍ଯ୍ୟଙ୍କ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି । ଆଜି ଏହି ସମ୍ମିଳନୀରେ ପୁରୀ ଗୋବର୍ଦ୍ଧନ ପୀଠର ଅଧ୍ୟକ୍ଷ କର୍ନେଲ ଡ.ଅମୀୟ କୁମାର ମହାପାତ୍ର ପୌରହିତ୍ୟ କରିଥିବାବେଳେ ଏହି ପୀଠର ମହାସଚିବ ଇଂ.ପ୍ରଶାନ୍ତ କୁମାର ଆଚାର୍ଯ୍ୟ,ସଙ୍କରାଚାର୍ଯ୍ୟ ପ୍ରଭାସ ଯୋଜନା ସମିତି ସମ୍ପାଦକ ପଣ୍ଡିତ ମାତୃପ୍ରସାଦ ମିଶ୍ର,ଆଇଟିଆର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ,ପ୍ରଫେସର ଜ୍ୟୋତିରଞ୍ଜନ ଦାସ,ପ୍ରଫେସର ଦେବୀ ପ୍ରସାଦ ରାୟ ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!
Powered By Indic IME