ସରିଲା +୩ ପ୍ରଥମ ପର୍ଯ୍ୟାୟ ନାମଲେଖା ; ୪୪,୭୦୫ ସିଟ ଖାଲି

admission-utkal-univesityରାଜ୍ୟରେ ଥିବା ୬୮୯ ଟି ଡିଗ୍ରୀକଲେଜରେ ଥିବା ୧,୪୯,୪୩୨ ସିଟ୍ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ନାମଲେଖା ସରିଛି । ଚାରିଦିନ ଧରି ଚାଲିଥିବା ଏହି ନାମଲେଖା ପ୍ରକ୍ରିୟାରେ ୧ଲକ୍ଷ ୪ହଜାର ୭୧୮ଜଣ ନାମ ଲେଖାଇଥିବା ବେଳେ ଏବେ ୪୪,୭୦୫ଟି ସିଟ୍ ଖାଲି ପଡିଛି । ବର୍ତ୍ତମାନ ସୁଦ୍ଧା ଇଞ୍ଜିନିୟରିଂ, ମେଡିକାଲ,ଫାର୍ମାସୀ ଆଦିର କାଉନସେଲିଂ ପ୍ରକ୍ରିୟା ଶେଷ ହୋଇନଥିବାରୁ କେତେକ ଛାତ୍ରଛାତ୍ରୀ +୩ରେ ନାମ ଲେଖାଇନାହାନ୍ତି । ବର୍ତ୍ତମାନ ଏତେ ସଂଖ୍ୟାରେ ସିଟ୍ ଖାଲି ପଡିଥିବାରୁ ଚଳିତ ବର୍ଷ ପ୍ରାୟ ୨୫ହଜାର ସିଟ ଖାଲିପଡିବାର ଆଶଙ୍କା ସୃଷ୍ଟି ହୋଇଛି । ଗତବର୍ଷ ପ୍ରାୟ ୨୦ ହଜାର ସିଟ୍ ଖାଲିପଡିଥିଲା । ପ୍ରଥମ ପର୍ଯ୍ୟାୟ ନାମଲେଖା ତାଲିକା ଶୁକ୍ରବାର ପ୍ରକାଶ ପାଇବ । ଜୁଲାଇ ୯ ତାରିଖରେ ୨ୟ ପର୍ଯ୍ୟାୟ ତାଲିକା ପ୍ରକାଶ ପାଇବ । ଜୁଲାଇ ୧୨ରୁ ୧୪ତାରିଖ ପର୍ଯ୍ୟନ୍ତ ଦ୍ଵିତୀୟ ପର୍ଯ୍ୟାୟ ନାମଲେଖା ହେବ । ଜୁଲାଇ ୨୦ରେ ସ୍ପଟ୍ ଆଡିମିସନ୍ ହେବ । ଜୁଲାଇ ୨୨ରୁ କ୍ଲାସ୍ ଆରମ୍ଭ ହେବ ବୋଲି ଜଣାପଡିଛି ।

Share in top social networks!
Powered By Indic IME