ରଥରେ ଶ୍ରୀଜିଉଙ୍କୁ ଭକ୍ତମାନେ ଛୁଇଁବା ନ ଛୁଇଁବା ନେଇ ଉପୁଜିଥିବା ବିବାଦର ସମାଧାନ

ରଥରେ ଶ୍ରୀଜିଉଙ୍କୁ ଭକ୍ତମାନେ ଛୁଇଁବା ନ ଛୁଇଁବା ନେଇ ଉପୁଜିଥିବା ବିବାଦର ସମାଧାନ ହୋଇଛି । ଆଜି ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଛି,ଭକ୍ତ ମାନେ ରଥରେ ଚଢି ପ୍ରଭୁଙ୍କୁ ଦର୍ଶନ କରିବା ସହ ଛୁଇଁ ପାରିବେ । ଏଥିରେ ଦଇତାପତିମାନେ ଆନନ୍ଦ ପ୍ରକାଶ କରିଛନ୍ତି । ସେମାନଙ୍କ ଜିଦ୍ ରହିଛି । ଚଳିତ ବର୍ଷ ରଥଉପରେ ଚଢି ଭକ୍ତ ମାନେ ଶ୍ରୀଜିଉଙ୍କୁ ଛୁଇଁବା ଉପରେ ଶ୍ରୀମନ୍ଦିର ପ୍ରଶାସନ କଟକଣା ଲଗାଇବାରୁ ଦଇତାପତିମାନେ ଏହାର ଦୃଢ ବିରୋଧ କରିଥିଲେ ।

ଏପରିକି ରଥଯାତ୍ରାରେ ସେବାନକରିବା ଲାଗି ପ୍ରଶାସନକୁ ଚେତାବନୀ ଦେଇଥିଲେ । ଏଇ ବିବାଦ ଉପରେ ଦୁଇ ଥର ଆଲୋଚନା ହେବା ସହ ଗୋବର୍ଦ୍ଧନ ପୀଠ ସଙ୍କରାଚାର୍ଯ୍ୟଙ୍କ ମତାମତ ବି ଲୋଡାଯାଇଥିଲା । ଇତି ମଧ୍ୟରେ ସଙ୍କରାଚାର୍ଯ୍ୟଙ୍କ ଠାରୁ କୌଣସି ମତାମତ ମିଳିପାରି ନାହିଁ । ତେଣି ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରଥଯାତ୍ରାରେ ରଥାରୁଢ ଶ୍ରୀବିଗ୍ରହଙ୍କୁ ଭକ୍ତମାନେ ଦର୍ଶନ ଓ ସ୍ପର୍ଶ କରି ପାରିବେ ବୋଲି ଆଜି ବୈଠକରେ ନିଷ୍ପତ୍ତି ନିଆଯାଇଛି । ବୈଠକ ପରେ ମୁଖ୍ୟପ୍ରଶାସକ ଡ.ଅରବିନ୍ଦ ପାଢୀ କହିଥିଲେ ଏହି ବିବାଦ ଉପରେ ଶଙ୍କାରାଚାର୍ଯ୍ୟଙ୍କ ମତାମତକୁ ଅପେକ୍ଷା କରାଯାଇଛି । ଚଳିତ ବର୍ଷ ରଥଯାତ୍ରାରେ ପୂର୍ବବର୍ଷ ଭଳି ଭକ୍ତମାନେ ରଥ ଉପରେ ମହାପ୍ରଭୁଙ୍କୁ ଦର୍ଶନ କରି ପାରିବେ ବୋଲି ପରିଚାଳନା କମିଟି ନିଷ୍ପତ୍ତି ନେଇଛି ।

Share in top social networks!
Powered By Indic IME