ନୂଆ ଆଇନ ଆଧାରରେ ଆଦାୟ ହେବ ଷ୍ଟାମ୍ପ ଡ୍ୟୁଟି

Odishan-MAP-16ଇଣ୍ଡିଆନ ଷ୍ଟାମ୍ପ(ଓଡିଶା ଆମେଣ୍ଡମେଣ୍ଟ)ଆକ୍ଟ,୨୦୧୩ ଆଧାରରେ ଏଣିକି ଖଣିରୁ ଷ୍ଟାମ୍ପ ଡ୍ୟୁଟି ଆଦାଯ କରାଯିବ । ଆଜି ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଇସ୍ପାତ ଓ ଖଣି ବିଭାର ପ୍ରମୁଖ ଶାସନ ସଚିବ ରାଜେସ ବର୍ମା ଏହି ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାପାଳମାନଙ୍କନିକଟକୁ ପଠାଯାଇଥିବା ଏହି ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଛି,ଗତ ମେ ୧୦ ତାରିଖରୁ ଏହି ଆଇନ କାର୍ଯ୍ୟକାରୀ କରାଯାଇଛି ।

ଲିଜ୍ ଶେଷ ହେବା ପୂର୍ବର ଯେଉଁ ଖଣି ମାଲିକ ମାନେ ଏହାର ନବୀକରଣ ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଆବେଦନ କରିଛନ୍ତି ସେମାନଙ୍କ ପାଇଁ ଏହା ଲାଗୁ ହେବ । ଏହି ମର୍ମରେ ରାଜସ୍ୱ ବିଭାଗ ପକ୍ଷରୁ ଗତ ମେ ୨୫ ତାରିଖରେ ଆବଶ୍ୟକ ନିର୍ଦ୍ଦେଶ ପଠାଯାଇଛି ବୋଲି ଚିଠିରେ ଉଲ୍ଲେଖ କରାଯାଇଛି ।

Share in top social networks!
Powered By Indic IME