ସରିଲା ବାଣୀବିହାର ପିଜି ଆବେଦନ ପ୍ରକ୍ରିୟା; ୧୪ ହଜାର ଛାତ୍ରଛାତ୍ରୀ ଆବେଦନ କଲେ

admission-utkal-univesityଉତ୍କଳ ବିଶ୍ଵବିଦ୍ୟାଳୟରେ ୨୭ ଟି ପିଜି ବିଭାଗ ଏବଂ କେତୋଟି ସେଲ୍ଫ ଫାଇନାନସିଂ କୋର୍ସରେ ନାମ ଲେଖାଇବା ପାଇଁ ୧୪ ହଜାର ଛାତ୍ରଛାତ୍ରୀ ଅନଲାଇନରେ ଆବେଦନ କରିଛନ୍ତି । ଆଜି ଆବେଦନର ଶେଷ ତାରିଖ ଥିଲା । ମିଳିଥିବା ସୂଚନା ଅନୁଯାୟୀ କମର୍ଶରେ ସର୍ବାଧିକ ୧୩୪୬ ଜଣ ଆବେଦନ କରିଥିବାବେଳେ ଫିଜିକ୍ସରେ ୯୭୬ ଜଣ,କେମେଷ୍ଟ୍ରିରେ ୮୧୬ ଜଣ,ଇକୋନୋମିକ୍ସରେ ୭୦୦ ଜଣ,ପିଏମାଇଆରରେ ୪୩୪ଜଣ,ସଂସ୍କୃତରେ ୪୨୦ଜଣ ଏବଂ ଇତିହାସରେ ୩୬୦ ଜଣ ଆବେଦନ କରିଛନ୍ତି ।

ଆସନ୍ତାକାଲି ପିଜି କାଉନସିଲ ବୈଠକ ବସି ସମସ୍ତ ନିଷ୍ପତ୍ତି ନିଆଯିବ । ଜୁଲାଇ ତୃତୀୟ ସପ୍ତାହ ସୁଧା ସମସ୍ତ ବିଭାଗର ଏଣ୍ଟାନ୍ସ ଶେଷ ହେବ । ଏଣ୍ଟାନ୍ସ ବିଭାଗୀୟ ସ୍ତରରେ ହୋଇ ମେରିଟ ଲିଷ୍ଟ ପ୍ରକାଶ ପାଇବ । ପରେ ଜୁଲାଇ ଶେଷ କିମ୍ବା ଅଗଷ୍ଟ ପ୍ରଥମମା ସପ୍ତାହ ସୁଦ୍ଧା ନାମ ଲେଖା ପ୍ରକ୍ରିୟା ଶେଷ ହୋଇ କ୍ଲାସ୍ ଆରମ୍ଭ ହେବ ବୋଲି ଜଣାପଡିଛି ।

Share in top social networks!
Powered By Indic IME