ଭୁବନେଶ୍ଵରରେ ସ୍ଲିପୱେଲର ନୂଆ ଗ୍ୟାଲେରି

ରାଜଧାନୀର ବାପୁଜୀ ନଗରରେ ସ୍ଲିପୱେଲର ଏକ ନୂଆ ଗ୍ୟାଲେରି ଖୋଲିଛି। ଏହାର ଉଦଘାଟନ କରିଥିଲେ ଭୁବନେଶ୍ଵର ମହାନଗରନିଗମ ମେୟର ଅନନ୍ତ ନାରାୟଣ ଜେନା ଓ ସ୍ଲିପୱେଲର ଉପସଭାପତି ମନୋଜ ଶର୍ମା। ଏହି ଉପଲକ୍ଷେ କମ୍ପାନୀର ଓଡ଼ିଶା ମୁଖ୍ୟ ସୋମନାଥ ଘୋଷାଲ ଯୋଗ ଦେଇଥିଲେ। ଏହି ଗ୍ୟାଲେରିରେ ସ୍ଲିପୱେଲ ସ୍ପ୍ରିଙ୍ଗ, କଏର ଓ ଫୋମରେ ତିଆରି ମ୍ୟାଟ୍ରେସ, ତକିଆ ଓ କୁଶନ ମିଳିବ। ସେହିପରି ଲ୍ୟାଟେଷ୍ଟ ଟେକ୍ନୋଲୋଜିରେ ତିଆରି ହୋଇଥିବା ସ୍ଳିପୱେଲ ଇମ୍ପ୍ରେଶନ ମ୍ୟାଟ୍ରେସ ମଧ୍ୟ ଏଠାରେ ରହିଛି। ଏହାର ମୂଲ୍ୟ ୪୦ ହଜାର (ଡବଲ ସାଇଜ) ଟଙ୍କା ରହିଛି। ଏହାକୁ ମିଶାଇ ଓଡ଼ିଶାରେ ସ୍ଳିପୱେଲର ଗ୍ୟାଲେରି ସଂଖ୍ୟା ୪କୁ ବଢିଛି। ତେବେ ବର୍ଷକ ମଧ୍ୟରେ ଆଉ ୫ଟି ଗ୍ୟାଲେରି ଖୋଲାଯିବାକୁ ଯୋଜନା ରଖାଯାଇଛି।

Share in top social networks!