ଉମାଚରଣ ମହାନ୍ତି ବିଜ୍ଞାନ ଏକାଡେମି ସଭାପତି ମନୋନୀତ

odishabigyanବିଶିଷ୍ଟ ବୈଜ୍ଞାନିକ ଡଃ ଉମାଚାରଣ ମହାନ୍ତିଙ୍କୁ ଓଡିଶା ବିଜ୍ଞାନ ଏକାଡେମୀର ସଭାପତି ଭାବେ ମନୋନୀତ କରାଯାଇଛି । ସେ ଏହି ପଦବୀରେ ନିଯୁକ୍ତି ଦିନଠାରୁ ୨ ବର୍ଷ ପାଇଁ ରହିବେ । ଦେଶର ବିଜ୍ଞାନ କ୍ଷେତ୍ରରେ ପ୍ରସିଦ୍ଧ ଶାନ୍ତି ସ୍ୱରୂପ ଭଟ୍ଟନାଗର ପୁରସ୍କାର ପ୍ରାପ୍ତ ବୈଜ୍ଞାନିକ ଡଃ ମହାନ୍ତିଙ୍କର ବିଜ୍ଞାନକୁ ଲୋକପ୍ରିୟ କରାଇବା କ୍ଷେତ୍ରରେ ଅନେକ ଅବଦାନ ରହିଛି ।

ଦୀର୍ଘ ୪୧ ବର୍ଷ ଧରି ବିଜ୍ଞାନ ଅଧ୍ୟାପନା ସହ ଗବେଷଣା ରେ ଅଭିଜ୍ଞତା ରହିଥିବା ଏହି ବୈଜ୍ଞାନିକ ଦେଶର ମର୍ଯ୍ୟାଦାପ୍ରାପ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ଆଇଆଇଟି ,ଦିଲ୍ଲୀରେ ୧୮ବର୍ଷ ଧରି ଅଧ୍ୟାପନା କରିଥିଲେ । ତାଙ୍କର ୨୩୪ଟି ଗବେଷଣାମୂଳକ ଲେଖା ଦେଶ ବିଦେଶର ବହୁ ବିଜ୍ଞାନ ପତ୍ରପତ୍ରିକାରେ ପ୍ରକାଶିତ । ପାଣିପାଗ ବିଜ୍ଞାନରେ ତାଙ୍କର ଦକ୍ଷତା ରହିଛି । ସେ ଉତ୍କଳ ବିଶ୍ବବିଦ୍ୟାଳୟରୁ ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ସହ ଋଷିଆରୁ ପିଏଚଡି ଡିଗ୍ରୀ ଲାଭ କରିଥିଲେ । ସେହିପରି ଡଃ ମହାନ୍ତି ୧୯୯୩ ମସିହାରେ ଭାରତୀୟ ବିଜ୍ଞାନ ଏକାଡେମୀର ଫେଲୋସିପ୍ ପାଇଥିଲେ ।

୧୯୯୯ରେ ତାଙ୍କୁ ସାମନ୍ତ ଚନ୍ଦ୍ର ଶେଖର ପୁରସ୍କରରେ ପୁରସ୍କୃତ କରାଯାଇଥିଲା । ଡଃ ମହାନ୍ତିଙ୍କ ଏହି ନୂତନ କାର୍ଯ୍ୟଭାର ଗ୍ରହଣ ଯୋଗୁଁ ବିଜ୍ଞାନକୁ ଲୋକପ୍ରିୟ କରିବା ଧାରା ବେଗଗାମୀ ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ରମେଶ ଚନ୍ଦ୍ର ମାଝୀ ଆଶାପୋଷଣ କରିଛନ୍ତି ।

Share in top social networks!
Powered By Indic IME