ଅଗଷ୍ଟ ୩୦ ସୁଦ୍ଧା ବିପିଏଲ ତାଲିକା ଚୂଡ଼ାନ୍ତ

ଏବେ ରାଜ୍ୟରେ ଚାଲିଥିବା ବିପିଏଲ ସର୍ଭେ କାମ ଅଗଷ୍ଟ ୧୫ ତାରିଖ ସୁଦ୍ଧା ଶେଷ ହେବ। ତେବେ ଚୂଡ଼ାନ୍ତ ତାଲିକା ୩୦ ତାରିଖ ସୁଦ୍ଧା ଶେଷ କରାଯିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବା ପଞ୍ଚାୟତିରାଜ ବିଭାଗ ପକ୍ଷରୁ କୁହାଯାଇଛି। ଏବେ ଘରକୁ ଘର ବୁଲି ସର୍ଭେ କମ ଚାଲିଛି। ଏହି ସର୍ଭେ ଗ୍ରାମାଞ୍ଚଳରେ ୮୨ ପ୍ରତିଶତ ଓ ସହରାଞ୍ଚଳରେ ୫୩ ପ୍ରତିଶତ ଶେଷ ହୋଇଛି। ଅଗଷ୍ଟ ୧୫ ସୁଦ୍ଧା ଏହି ସର୍ଭେ କମ ସାରିବା ପରେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ । ଏହି କାମ ୩୦ ସୁଦ୍ଧା ଶେଷ କରାଯାଇ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ।

 

Share in top social networks!
Powered By Indic IME