ଆଜିଠାରୁ +୩ ନାମଲେଖା

Odishan-MAP-2ସୋମବାର ଠାରୁ ରାଜ୍ୟର ୧୩୮୯ ଟି ଡିଗ୍ରୀ କଲେଜରେ ଥିବା ୧,୪୯,୪୨୩ ଟି ସିଟ୍ ପାଇଁ ପ୍ରଥମ ପର୍ଯ୍ୟାୟ ନାମଲେଖା ଆରମ୍ଭ ହେବ । ଜୁଲାଇ ୧ ରୁ ୪ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ନାମଲେଖା ପ୍ରକ୍ରିୟାରେ ପ୍ରାୟ ୧ଲକ୍ଷ୧୦ ହଜାର ସିଟ୍ ରେ ନାମ ଲେଖା ହେବ । ଛାତ୍ରଛାତ୍ରୀ ମାନେ ପୂର୍ବାହ୍ନ ୧୦ ଟାରୁ ଅପରାହ୍ନ ୫ ଟା ମଧ୍ୟରେ ସେମାନଙ୍କୁ ମିଳିଥିବା କଲେଜକୁ ଯାଇ ନାମ ଲେଖାଇବାକୁ ହେବ । ଯେଉଁ କଲେଜରେ ନାମଲେଖା ଫି ଡ୍ରାଫ୍ଟ ଆକାରରେ ଆଦାୟ ହେଉଥିବ ସେଠାରେ ଡ୍ରାଫ୍ଟ ଜମା କରିବେ,ଯେଉଁଠି ଚେକ୍,ଯେଉଁଠି କ୍ୟାସ୍ ନିଆଯାଉଥିବ ତାହା ଦେଇ ନାମ ଲେଖାଇବାକୁ ହେବ ।

ଏହାସହିତ ସିଏଲସି,ପାସପୋର୍ଟ ଫଟୋ ଆଦି ନେଇକି ଯିବାକୁ ହେବ । ଜୁଲାଇ ୯ ରେ ଦ୍ଵିତୀୟ ପର୍ଯ୍ୟାୟ ତାଲିକା ପ୍ରକାଶ ପାଇବ । ଜୁଲାଇ ୧୨ ରୁ ୧୪ ତାରିଖ ପର୍ଯ୍ୟନ୍ତ ଦ୍ଵିତୀୟ ପର୍ଯ୍ୟାୟ ନାମଲେଖା ହେବ । ଜୁଲାଇ ୨୦ ରେ ସ୍ପଟ ଆଡମିସନ ହେବ । ଜୁଲାଇ ୨୨ ରୁ କ୍ଲାସ୍ ଆରମ୍ଭ ହେବ । ସେହିପରି ପ୍ରଥମ ପର୍ଯ୍ୟାୟ ତାଲିକାରେ ସ୍ଥାନନ ଆଇଥିବା ଛାତ୍ରଛାତ୍ରୀଙ୍କୁ ଜୁଲାଇ ୧ ରୁ ୪ ତାରିଖ ମଧ୍ୟରେ ନାମ ଲେଖାଇବାକୁ ହେବ । ନଚେତ୍ ପରେ ନାମ ଲେଖାଇବାରେ ସୁଯୋଗ ମିଳିବନି । ଯେଉଁମାନେ କଲେଜ ପରିବର୍ତନ କରିବାକୁ ଚାହୁଁଥିବେ ସେମାନେ କଲେଜ ପରିବର୍ତନ କରିବାକୁ ଚାହୁଁଥିବେ ସେମାନେ କଲେଜ ପରିବର୍ତନ ଅପ୍ସନ ରଖି ପରେ ପରିବର୍ତନ କରିପାରିବେ ।

Share in top social networks!
Powered By Indic IME