ବିଳମ୍ବ ମୌସୁମୀ, ଚିନ୍ତାରେ ଚାଷୀ

ସ୍ୱଳ୍ପ ବୃଷ୍ଟି ସାଙ୍ଗକୁ ବିଳମ୍ବ ମୌସୁମୀ ଏବେ ପରିସ୍ଥିତିକୁ ଜଟିଳ କରିଛି। ଜୁଲାଇ ଶେଷ ସପ୍ତାହ ସୁଦ୍ଧା ଯଦି ବର୍ଷା ସ୍ଵାଭାବିକ ନହୁଏ, ତେବେ ଧାନ ଫସଲ ମାଡ଼ ଖାଇବାର ଯଥେଷ୍ଟ ସମ୍ଭାବନା ରହିଛି। ଯଦିଓ ରାଜ୍ୟରେ ଏ ପର୍ଯ୍ୟନ୍ତ ରୁଆ କାମ ଆରମ୍ଭ ହୋଇନାହିଁ ତେବେ ଆସନ୍ତା ୧୫ ଦିନ ମଧ୍ୟରେ ଭଲ ବର୍ଷ ନହେଲେ ପରିସ୍ଥିତି ଉଦବେଗଜନକ ହେବ ବୋଲି ପାଣିପାଗବିତ ଅନୁମାନ କଲେଣି। ଚଳିତ ବର୍ଷ ରାଜ୍ୟକୁ ବିଳମ୍ବରେ (ଜୁନ ୧୭) ମୌସୁମୀ ପ୍ରବେଶ କରିଛି। ଜୁନ ୧୭ ରୁ ଜୁଲାଇ ୧୨ ତାରିଖ ପର୍ଯ୍ୟନ୍ତ ହିସାବକୁ ନେଲେ ବର୍ଷା ପରିମାଣ ହ୍ରାସ ପାଇଛି। ଯଦିଓ କେତେକ ଅଞ୍ଚଳରେ ବର୍ଷା ହେଉଛି କିନ୍ତୁ ତାହା ଚାଷ କାମ ପାଇଁ ପର୍ଯ୍ୟାପ୍ତ ନୁହେଁ। ମୌସୁମୀର ବିଳମ୍ବ ହେତୁ ଚାଷ କାମରେ ମଧ୍ୟ ବିଳମ୍ବ ଦେଖାଦେଇଛି।

 

Share in top social networks!
Powered By Indic IME