‘ହରି ଓମ୍ ହରି’ ର ଅଡିଓ ରିଲିଜ୍

ଆଗାମୀ ପୂଜାରେ ମୁକ୍ତିଲାଭ କରିବାକୁ ଥିବା ୯୨.୭ ବିଗ୍ ଏଫେମ୍ ବ୍ୟାନରରେ ନିର୍ମିତ ଓଡିଆ ଫିଲ୍ମ ‘ହରି ଓମ୍ ହରି’ ର ଅଡିଓ ରିଲିଜ ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସାଂସଦ ତଥା ଚଳଚ୍ଚିତ୍ର ଅଭିନେତା ସିଦ୍ଧାନ୍ତ ମହାପାତ୍ର ଯୋଗଦେଇଥିଲେ । ଫିଲ୍ମର ନିର୍ଦ୍ଦେଶକ ଦିଲ୍ଲୀପ ପଣ୍ଡା,ପ୍ରଯୋଜକ ସୁନୀଲ ରାଉତ ଓ ସଂଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ପ୍ରମୁଖ ଉପସ୍ଥିତ ଥିଲେ ।

ଫିଲ୍ମ ର ସମସ୍ତ ଗୀତ ଓଡିଶାବାସୀଙ୍କ ହ୍ରୁଦୟକୁ ସ୍ପର୍ଶ କରିବା ବୋଲି ଉପସ୍ଥିତ ଅତିଥି ମାନେ ମତ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଫିଲ୍ମରେ ଅଭିନୟ କରିଥିବା କଳାକାରମାନେ ମଧ୍ୟ ଉପସ୍ଥିତ ଥିଲେ । ୯୨.୭ ଏଫଏମ୍ ର ଷ୍ଟେସନ୍ ହେଡ୍ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Share in top social networks!
Powered By Indic IME