ଉତ୍ତରାଖଣ୍ଡରୁ ଉଦ୍ଧାର କରାଯାଇଥିବା ଚିକିଟିର ୨ ଜଣଙ୍କୁ ମନ୍ତ୍ରୀ ଊଷାଦେବୀଙ୍କ ସ୍ଵାଗତ

Odishan-MAP-9ଉତ୍ତରାଖଣ୍ଡର ମହାପ୍ରଳୟକୁ ସାମ୍ନା କରିଥିବା ଗଞ୍ଜାମ ଜିଲ୍ଲା ଚିକିଟିର ସ୍ନେହଲତା ପଣ୍ଡା ଓ ତାଙ୍କ ପୁତ୍ର ହନୁମାନ ପ୍ରସାଦ ପଣ୍ଡା ରାଜ୍ୟ ସରକାରଙ୍କ ଦ୍ଵାରା ଉଦ୍ଧାର ହୋଇ ଦିଲ୍ଲୀରେ ଚିକିତ୍ସିତ ହେଉଥିଲେ । ବୁଧବାର (ଜୁନ୍ ୨୫ ତାରିଖ)ଦିନ ରାତି ୧୦ ଟା ୧୫ ରେ ସେମାନେ ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଥିଲେ ।

ବିମାନବନ୍ଦର ଠାରେ ତାଙ୍କୁ ରାଜ୍ୟ ମହିଳା ଓ ଶିଶୁବିକାଶ ମନ୍ତ୍ରୀ ତଥା ଚିକିଟି ବିଧାୟକ ଶ୍ରୀମତୀ ଊଷାଦେବୀ ସ୍ଵାଗତ ଜଣାଇ ପାଛୋଟି ଆଣିଥିଲେ । ପ୍ରକାଶ ଯୋଗ୍ୟ ଯେ,ଚାରିଧାମ ଦର୍ଶନରେ ଯାଇଥିବା ଏହି ୫ ଜଣିଆ ଟ୍ରୁପରେ ୩ ଜଣ ଜୀବନ ବଞ୍ଚାଇ ପାରିଥିବା ବେଳେ ଏବେ ବି ହନୁମାନ ପ୍ରସାଦଙ୍କ ବାପା ଓ ବଡ ମା’ ନିଖୋଜ ଅଛନ୍ତି । ସେମାନଙ୍କର ଏ ପର୍ଯ୍ୟନ୍ତ କୌଣସି ପତ୍ତା ମିଳିପାରି ନାହିଁ ।

Share in top social networks!
Powered By Indic IME