ଜୟଦେବ ଜେନା, ଦେବାଶିଷ ପଟ୍ଟନାୟକ ଙ୍କ ବକ୍ତବ୍ୟ ରାଜନୈତିକ ନୈତିକତାର ପରିପନ୍ଥୀ- ପ୍ରଭାତ ତ୍ରିପାଠୀ

‘O’T.V. ବୈଦ୍ୟୁତିକ ଗଣମାଧ୍ୟମରେ ଗତ ଶୁକ୍ରବାର ଜୁନ ୨୧ ତାରିଖ ସନ୍ଧ୍ୟାରେ ଏକ ଭିଡିଓ ଟେପ ସମ୍ପର୍କରେ ସମ୍ବାଦ ପ୍ରସାରଣ କରାଯାଇଥିଲା । ଏହି ପ୍ରସାରଣ ଜରିଆରେ ଏକ ବାର୍ତାଳାପକୁ ପରିବେଷିତ କରାଯାଇଥିଲା ଯେଉଁଥିରେ ବହୁ ଚର୍ଚ୍ଚିତ ଚିଟଫଣ୍ଡ କାରନାମାର ମୁଖ୍ୟ ଅଭିଯୁକ୍ତ ଶ୍ରୀ ପ୍ରଦୀପ ସେଠୀଙ୍କୁ ଲକ୍ଷ୍ୟ କରି ‘ସେଠୀବାବୁ’ବୋଲି ଗୋଟିଏ ପକ୍ଷର ସ୍ଵରକୁ ଚିତ୍ରଣ କରିବା ସହିତ ଅନ୍ୟ ପକ୍ଷର ସ୍ଵରକୁ “ମିଃ ଏକ୍ସ”ବୋଲି ଉଲ୍ଲେଖିତ ହୋଇଥିଲା ।

ଏକ ଅଜଣା ବ୍ୟକ୍ତି ଠାରୁ ଏହି ଅଡିଓ ସିଡି ପ୍ରାପ୍ତ ହୋଇଥିବା ଉକ୍ତ ଗଣମାଧ୍ୟମ ସ୍ଵୀକାର କରିଛନ୍ତି । ଉକ୍ତ ଗଣମାଧ୍ୟମ ବାର୍ତ୍ତାଳାପର ସ୍ଵର ସମ୍ବନ୍ଧରେ କହିବାକୁ ଯାଇ “ଅଡିଓ ସିଡି”ଅବିକଳ କିମ୍ବା ନକଲ ଜାଣିବା ପାଇଁ ଏକ ଲାବରେଟୋରୀକୁ ପଠାଯାଇଛି ବୋଲି ସୂଚନା ମଧ୍ୟ ଦେଇଥିଲେ । କିନ୍ତୁ “ଅଡିଓ ସିଡି”ର ସଠିକତା ପ୍ରମାଣ ପାଇଁ ପୋଲିସ ଜରିଆରେ ନପଠାଇ କାହିଁକି ଉକ ଗଣ ମାଧ୍ୟମ ସୀଧା ସଳଖ ଲାବରେଟୋରୀକୁ ପଠାଇଲେ ତାହା ମଧ୍ୟ ସନ୍ଦେହର ଅବକାଶ ସୃଷ୍ଟି କରିଛି,ଏକ ଅଜଣା ବ୍ୟକ୍ତି ଠାରୁ ଅଡିଓ ସିଡି ପାଇ ଏବଂ ବାର୍ତ୍ତାଳାପର କଣ୍ଠସ୍ଵର କାହାର ସେ ସଂପର୍କରେ ସ୍ଥିର ନିଶ୍ଚିନ୍ତ ନହୋଇ ଏହାକୁ ପ୍ରସାରଣ କରିବା ସାମ୍ବାଦିକତା ଇତିହାସରେ ଏକ ବିରଳ ଘଟଣା କହିଲେ ଆତ୍ୟୁକ୍ତି ହେବନାହିଁ ।

ବିଶେଷ କରି ଏହି ବାର୍ତ୍ତାଳପର ବିବରଣୀ ଜରିଆରେ ମୋ ନିର୍ବାଚନ ମଣ୍ଡଳୀର ଏକ ଉତ୍ସବ ଓ ମୋର ଜଣେ ରାଜନୈତିକ ସହ କର୍ମୀଙ୍କ ନାମକୁ ପ୍ରସାରଣ କରାଯିବା ଏବଂ ପରେପରେ ନିର୍ଦ୍ଦିଷ୍ଟ କିଛି ବ୍ୟକ୍ତି ବିଶେଷ ମୋର ନାମ ନେବା ଏବଂ ମୋର କୁଶପୁତଳିକା ଦାହ କରିବା ଇତ୍ୟାଦି ଘଟଣା ଏହି ଜାଲ ଅଡିଓ ସିଡି ପସ୍ତୁତିରେ ସେମାନଙ୍କର ସମ୍ପୃତିକୁ ସନ୍ଦେହ ଘେରକୁ ଆଣୁଛି ଏବଂ ସେମାନେ ସେଥିରୁ ହୀନା ରାଜନୈତିକ ଉଦ୍ଦେଶ୍ୟ ପ୍ରଣଦିତ ଏବଂ ଜନମତକୁ ବିଭ୍ରାନ୍ତି କରିବାର ଏକ ବୃଥା ପ୍ରୟାସ କରୁଛନ୍ତି ।ଏହି ଅଡିଓ ସିଡିର ବାର୍ତ୍ତାଳାପ ର ସତ୍ୟାସତ୍ୟ ପରୀକ୍ଷା ନ କରି କେବଳ ରାଜନୈତିକ ଉଦ୍ଦେଶ୍ୟରେ “ବାଙ୍କୀ ମହୋତ୍ସବ” ଓ ମୋ’ର ସହକର୍ମୀଙ୍କ ନାମକୁ ଆଧାର କରି ସେହି ବୈଦ୍ୟୁତିକ ଗଣମାଧ୍ୟମରେ ପିସିସି ସଭାପତି ଶ୍ରୀ ଜୟଦେବ ଜେନାଙ୍କ ଓ କଂଗ୍ରେସ ନେତା ଶ୍ରୀ ଦେବାଶିଷ ପଟ୍ଟନାୟକ ଙ୍କ ବକ୍ତବ୍ୟ ଏବଂ ମୋ ପ୍ରତି ଆକ୍ଷେପ କେବଳ ଆଶାଳୀନ ନୁହେଁ, ରାଜନୈତିକ ନୈତିକତା ର ପରିପନ୍ଥୀ । ଏଭଳି କୁତ୍ସିତ,କପୋଳକଳ୍ପିତ,ଷଡଯନ୍ତ୍ରକୁ ରାଜନୈତିକ ସ୍ତରରେ ଓ ଆଇନ ଗତ ଭାବେ ସାମ୍ନା କରାଯିବାର ଆବଶ୍ୟକତା ରହିଛି ଏବଂ ଏଥିପାଇଁ ମୁଁ ପ୍ରସ୍ତୁତ ।

ମୁଁ ଦୃଢତାର ସହ କହିବାକୁ ଚାହେଁ ଯେ,ଏହି ବାର୍ତ୍ତାଳାପ ସହିତ ମୋ’ର କୌଣସି ସମ୍ପର୍କ ନାହିଁ ବା ଏହା ମୋର କଣ୍ଠସ୍ଵର ନୁହେଁ । ଏହାର ଯେ କୌଣସି ତଦନ୍ତ,ଏପରିକି ସିବିଆଇ ତଦନ୍ତକୁ ମଧ୍ୟ ମୁଁ ସ୍ଵାଗତ କରୁଛି । ଯେଉଁ ସମ୍ବାଦ ପ୍ରସାରଣ ସଂସ୍ଥା ନିଜେ ଏହି ଅଡିଓ ସିଡିର ସତ୍ୟତା ସମ୍ପର୍କରେ ସନ୍ଦିହୀନ,ତାହାକୁ ଆଧାର କରି କଂଗ୍ରେସ ଦଳ ସଦସ୍ୟ ଶ୍ରୀ ପଟ୍ଟନାୟକଙ୍କ ବିବୃତ୍ତି ତାଙ୍କର ଅସଲ ଚେହେରାକୁ ପଦାରେ ପକାଇଛି । ମୋତେ ରାଜନୈତିକ ନୈତିକତା ର ପରାମର୍ଶ ପୂର୍ବରୁ ସେ ନିଜେ ଏକ ନିରାଧାର ଓ କତ୍ତୋଳ କଲ୍ପିତା ସମ୍ବାଦକୁ ଭିତ୍ତିକରି ମୋତେ ନିନ୍ଦିତ କରିବା ଏହା ଏକ କୁତ୍ସିତ ରାଜନୀତିର ସୂତ୍ରଧାରତା ପାଲଟିଛନ୍ତି । ଓଡିଶା ସରକାର ଚିଟଫଣ୍ଡ ସ୍କାମରେ ସର୍ବସ୍ଵାନ୍ତ ହୋଇଥିବା ଅଗଣିତ ଜମାକାରୀଙ୍କ ଅର୍ଥକୁ ଆଦୟ କରିବା ପାଇଁ ନିର୍ଦ୍ଦିଷ୍ଟ ପଦକ୍ଷେପ ନେଉଥିବା ବେଳେ,ଏଭଳି ଷଡଯନ୍ତ୍ରକାରୀ ମାନଙ୍କ ହୀନ କାର୍ଯ୍ୟକଳାପ ଉକ୍ତ ଜମାକାରୀଙ୍କ ସ୍ଵାର୍ଥ ବିରୋଧୀ ଏବଂ ସେମାନଙ୍କ ପ୍ରତି ଉପହାସ କହିଲେ ଆତ୍ୟୁକ୍ତି ହେବ ନାହିଁ ।

ଏହା ଫଳରେ ପୋଲିସ ଓ ପ୍ରଶାସନ ଜରିଆରେ କରାଯାଉଥିବା ଶୃଙ୍ଖଳିତ ତଦନ୍ତ ପ୍ରକ୍ରିୟା ବିଭ୍ରାନ୍ତ ହେବାର ଅବକାଶ ସୃଷ୍ଟି ହୋଇଛି । ମୁଁ ଆଜି ୩୦ ବର୍ଷ ରୁ ଉର୍ଦ୍ଧ୍ଵ କାଳ ଧରି ସାଧାରଣ ଜୀବନରେ କାର୍ଯ୍ୟ କରୁଛି ଓ ମୋ ରାଜନୈତିକ ଜୀବନ ଏକ ଖୋଲା ବହି । ମୋ ନିର୍ବାଚନ ମଣ୍ଡଳୀର ଜନସାଧାରଣ ତଥା ରାଜ୍ୟବାସୀ ଏ ବିଷୟରେ ଭଲ ଭାବେ ଜାଣନ୍ତି । ଉପରୋକ୍ତ ପୃଷ୍ଠଭୂମିରେ ରାଜନୀତିକୁ ଷଡଯନ୍ତ୍ର ମୁକ୍ତ କରି ସ୍ଵଚ୍ଛତା ଆଣିବା ପାଇଁ ଏଭଳି ଚତୁର କପୋଳକଳ୍ପିତ ସଂବାଦକୁ ଆଳକରି ହିନ ରାଜନୀତି କରୁଥିବା ବ୍ୟକ୍ତି ମାନଙ୍କର ଅସଲି ଚେହେରା ଲୋକଲୋଚନାକୁ ଆସିବ।

Share in top social networks!
Powered By Indic IME