ସାଙ୍ଗମା କହିଲେ ମୁଁ ବିଜେଡିର ପ୍ରାର୍ଥୀ

ପୂର୍ବତନ ବାଚସ୍ପତି ପିଏ ସାଙ୍ଗମା ଆଜି ଭୁବନେଶ୍ଵରରେ କହିଛନ୍ତି ମୁଁ ବିଜେଡିର ପ୍ରାର୍ଥୀ ଅଟେ। ସେ ଏହା ବିଜେଡିର ବିଧାୟକ ଓ ସାଂସଦମାନଙ୍କୁ ଭେଟିବା ସମୟରେ  କହିଛନ୍ତି। ସେ ନିଜକୁ ବିଜେଡିରଅ ପ୍ରାଥୀ ବୋଲି ସମ୍ବୋଧନ କରିଛନ୍ତି।

ତାଙ୍କର ପ୍ରଥୀତ୍ଵକୁ ବିଜେଡିର ସଭାପତି ନବୀନ ପଟ୍ଟନାୟକ ଓ ତାମିଲ ନାଡୁର ମୁଖ୍ୟମନ୍ତ୍ରୀ ଜୟ ଲଲିତା ସମର୍ଥନ କରିଥିବାରୁ ଉଭୟଙ୍କୁ ସେ ଭୂୟସୀ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ତାଙ୍କର ବିଜୁ ବାବୁଙ୍କର ସହିତ ଭଲ ସମ୍ପର୍କ ଥିଲା ଓ ନବୀନ ବାବୁଙ୍କ ସହିତ ଭଲ ସମ୍ପର୍କ ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅବସରରେ ପିଏ ସାଙ୍ଗମାଙ୍କୁ ଭୂୟସୀ ପ୍ରଶଂସା କରିଥିଲେ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ସାଙ୍ଗମାଙ୍କୁ ବିଜେଡିର ସମସ୍ତ ବିଧାୟକ ଓ ସାଂସଦମାନଙ୍କ ସହିତ ପରିଚିତ କରାଇଥିଲେ।

 

 

Share in top social networks!