ରାଜ୍ୟ ସରକାର ଆଇପିଏସ ସ୍ତରରେ ବ୍ୟାପକ ଅଦଳ ବଦଳ କଲେ

ରାଜ୍ୟ ସରକାର ଆଇପିଏସ ସ୍ତରରେ ବ୍ୟାପକ ଅଦଳ ବଦଳ କରିଛନ୍ତି। ରାଜ୍ୟ ସରକାର ମୋଟ ୩୨ ଜଣ ଆଇପିଏସଙ୍କୁ ବଦଳି କରିଛନ୍ତି। ଏଥି ସହିତ ସରକାର ୧୪ଟି ଜିଲ୍ଲାର ଏସପିଙ୍କୁ ମଧ୍ୟ ବଦଳି କରିଛନ୍ତି।

ଆଇପିଏସ ଅଭୟଙ୍କୁ ଗୁଇନ୍ଦା ନିର୍ଦେଶକ, ଆଇପିଏସ ସସ ହଂସଦାଙ୍କୁ ଅତିରିକ୍ତ ଡ଼ିଜି ଜେଲ, ଆଇପିଏସ ଏମ ଅକ୍ଷୟଙ୍କୁ ଅଗ୍ନିସମ ସେବା ଓ ହୋମଗାର୍ଡ ଆଇଜି, ଆଇପିଏସ ପି ଆଚର୍ଯାଙ୍କୁ ଆଇଜି କ୍ରାଇମ, ଦୟାଲ ଗଙ୍ଗବାରଙ୍କୁ ଓଏସପି ବାଟାଲିୟନର କମାଣ୍ଡଟ ଭାବେ ଅବସ୍ଥାପିତ କରାଯଇଛି।

ପ୍ରତୀକ ମହାନ୍ତି ଏସପି ବରହମପୁର, ନରସିଂହ ଭୋଳ ଏସପି ଅନୁଗୁଳ, ଆଶୀଷ ସିଂହ ଏସପି ଗଞ୍ଜାମ, ଅନୁପ କୃଷ୍ଣ ଏସପି ବରଗଡ, ଅନିରୁଦ୍ଧ ସିଂହ ଏସପି କେନ୍ଧୁଝର ଆଦି ଭାବେ ଅବସ୍ଥାପିତ କରାଯଇଛି।

Share in top social networks!