ଗଣିତ ଜ୍ଞାନ ଓ ଭାଷା ଦକ୍ଷତାରେ ଦୁର୍ବଳ ଛାତ୍ରଛାତ୍ରୀ ମାନଙ୍କ ସମସ୍ୟା ସୁଧାରିବା ପାଇଁ “ସହଜ”ପୁନର୍ବଳନ କାର୍ଯ୍ୟକ୍ରମ ଆରମ୍ଭ କରାଯାଉଛି: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

Odishan-MAP-9ବିଦ୍ୟାଳୟ ସ୍ତରରେ ସର୍ବନିମ୍ନ ଦକ୍ଷତା ଗଣିତ ଜ୍ଞାନ ଓ ଭାଷା ଦକ୍ଷତାରେ ଦୁର୍ବଳ ଛାତ୍ରଛାତ୍ରୀ ମାନଙ୍କ ସମସ୍ୟା ସୁଧାରିବା ପାଇଁ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓପେପା ପକ୍ଷରୁ ପରୀକ୍ଷା ମୂଳକ ଭାବେ ପୁନର୍ବଳନ କାର୍ଯ୍ୟକ୍ରମ ‘ସହଜ’ନୂତନ ଭାବେ ପ୍ରଣଯନ କରାଯାଉଛି । ଏହି କାର୍ଯ୍ୟକ୍ରମ ଜରିଆରେ ରାଜ୍ୟର ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜୁଲାଇ ଓ ଅଗଷ୍ଟ ଦୁଇମାସ ଧରି ଏହା ପ୍ରବର୍ତ୍ତନ କାରାଯାଉଛି ।

ଉକ୍ତ ଅବଧି ମଧ୍ୟରେ ପିଲାମାନେ ଯେପରି ପାଠ ଶିକ୍ଷଣରେ ଅଗ୍ରଗତି କରିବେ ତା’ଉପରେ ବିଶେଷ ଗୁରୁତ୍ଵ ପ୍ରଦାନ କରାଯିବ । ପ୍ରତ୍ୟେକ ପିଲା ନିଜସ୍ଵ ବେଗରେ ଶିଖନ୍ତୁ ଏହି କାର୍ଯ୍ୟକ୍ରମର ମୂଳ ଆଧାର । ଦ୍ଵିତୀୟ ଶ୍ରେଣୀରୁ ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ଉଦ୍ଧିଷ୍ଟ ଏହି କାର୍ଯ୍ୟକ୍ରମରେ ଏକ ପ୍ରାରମ୍ଭିକ ଆକଳନ କରାଯାଇ ପିଲାର ଭାଷା ଓ ଗଣିତରେ ଶୈଷିକ ସ୍ଥିତି ଆକଳନ କରାଯିବ । ଉକ୍ତ ସ୍ଥିତି ଅନୁଯାୟୀ ପିଲାମାନଙ୍କୁ ପୁନର୍ବଳନ କରାଯିବ । “ସହଜ”କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟରେ ବିଦ୍ୟାଳୟର ଶତ ପ୍ରତିଶତ ଛାତ୍ରଛାତ୍ରୀ ସଫଳତା ହାସଲ କରିବେ ବୋଲି ମାନ୍ୟବର ମନ୍ତ୍ରୀ ଶ୍ରୀ ରବି ନାରାୟଣ ନନ୍ଦ ଦୃଢ୍ୟୋକ୍ତି ପ୍ରକାଶ କରିଛନ୍ତି ।

ନୂତନ ଭାବେ ପ୍ରଣୟନ କରାଯାଉଥିବା ଏହି ଯୋଜନା ସମ୍ବନ୍ଧରେ ସମସ୍ତ ବିଦ୍ୟାଳୟର କର୍ତୃପକ୍ଷ,ବି.ଆର.ସି .ସି .,ସି.ଆର.ସି.ସି. ଆଦିଙ୍କୁ ତାଲିମ ପ୍ରଦାନ କରାଯାଇଚ୍ଚି । ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ବିଦ୍ୟାଳୟରେ ସ୍ଵତନ୍ତ୍ର ସାରଣୀ ପ୍ରସ୍ତୁତ କରାଯାଇଛି ବୋଲି ମାନ୍ୟବର ମନ୍ତ୍ରୀ ସୂଚନା ଦେଇଛନ୍ତି ।