ଜେଇର ଆଡଭାନ୍ସ ରେଜଲ୍ଟ ପ୍ରକାଶ ପାଇଲା

iitjeeସର୍ବଭାରତୀୟ ସ୍ତରରେ ଜେଇର ଆଡଭାନ୍ସ ରେଜଲ୍ଟ ଆଜି ପ୍ରକାଶ ପାଇଛି । ଗତ ଦୁଇ ତାରିଖରେ ମୋଟ ୧,୨୦,୦୦୦ ଛାତ୍ରଛାତ୍ରୀ ଏହି ପ୍ରବେଶିକା ପରୀକ୍ଷା ଦେଇଥିଲେ । ଓଡିଶାରୁ ୨୩୦୦ ଛାତ୍ରାଛାତ୍ରୀ ପରୀକ୍ଷା ଦେଇଥିଲେ । ସମସ୍ତଙ୍କୁ ସ୍ଥାନ ମିଳିଛି । ଦେଶର ୧୬ ଟି ଆଇଆଇଟି ଏବଂ ଧାନବାଦସ୍ଥିତ ଆଇଆଇଏସ୍ଏମ୍ ର ମୋଟ ୯,୮୮୫ ଟି ସିଟ୍ ପାଇଁ ଏଥିରେ ନାମଲେଖା ହେବ । ଆସନ୍ତା ୨୪ ରୁ ୩୦ ଚଏସ୍ ଲକିଂ,ଜୁଲାଇ ୪,୯ଓ ୧୩ ରେ ଯଥାକ୍ରମେ ପ୍ରଥମ,ଦ୍ଵିତୟ ଓ ତୃତୀୟ ପର୍ଯ୍ୟାୟ ସିଟ୍ ଆଲଟମେଣ୍ଟ ହେବ ।

ଜୁଲାଇ ୧୪ ,୧୫ ରେ ଜୋନାଲ ସେଣ୍ଟରରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ମାନେ ଡକ୍ୟୁମେଣ୍ଟ ଯାଞ୍ଚ କରାଇବା ସହ ଡ୍ରାଫ୍ଟ ଦାଖଲ କରିବେ । ଦେଶର ୭ ଟି ପୁରୁଣା ଆଇଆଇଟିକୁ ଜୋନାଲ ସେଣ୍ଟର କରାଯାଇଛି । ଓଡିଶାର ଛାତ୍ରଛାତ୍ରୀମାନଙ୍କ ପାଇଁ ଆଇଆଇଟି ଖଡଗପୁରକୁ ଜୋନାଲ ସେଣ୍ଟର କରାଯାଇଛି । ସୂଚନାଯୋଗ୍ୟ ଯେ ଏହି ପ୍ରକ୍ରିୟାରେ ଆଇଆଇଟି ଭୁବନେଶ୍ଵରରେ ମଧ୍ୟ ନାମଲେଖାହେବ । ଏଠାରେ ମୋଟ ୧୬୦ ଟି ସିଟ୍ ରଅଛି । ସିଭିଲ,ମେକାନିକାଲ,ଇଲେକ୍ଟ୍ରୋନିକ୍ସ ଓ କମ୍ପ୍ୟୁଟର ବିଭାଗରେ ୪୦ ଟି ଲେଖାଏଁ ସିଟ୍ ରହିଛି ।

Share in top social networks!
Powered By Indic IME