ନୃତ୍ୟ, ସଂଗୀତ ଓ ବାଦ୍ୟର ଅପୂର୍ବ ଛନ୍ଦରେ ଦର୍ଶକ ବିଭୋର

rangabatiରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଓଡିଶା ସଂଗୀତ ନାଟକ ଏକାଡ଼େମୀ ଦ୍ଵାରା ଆୟୋଜିତ ତିନି ଦିନିଆ ପଶ୍ଚିମ ଓଡିଶା ନୃତ୍ୟ ସଂଗୀତ ମହୋତ୍ସବ ସଙ୍ଗବତୀର ଆଜି ଥିଲା ଉଦଯାପନୀ ସନ୍ଧ୍ୟା । ସନ୍ଧ୍ୟାର ପ୍ରଥମ ପରିବେଷଣ ଥିଲା ଏକକ ସଂଗୀତ କ୍ରମରେ ସମ୍ବଲପୁରରୁ ଆସିଥିବା ଗାୟକ ବିଭୁତିଭୂଷଣ ପଟ୍ଟନାୟକ । ସେ ପରିବେଷଣ କରିଥିଲେ ବଡ ପାହଞ୍ଚେ କାଳିଆ ନାଚେ,ମୁକୁଟ ପିନ୍ଧିକରି ବିହା ଦେଇଗଲି,ଶଶୁରଘରେ ହେଲି ଠିଆ,ଲେଲେ ଲେ ବଉଲ ଖୁସାର ତଲେ ମଲି ଫୁଲେ ଏବଂ ରାଧାନନୀ ଗେହ୍ନେଇ ମୋର ।

ପରେ ପରେ ଭବାନୀପାଟଣା,କଳାହାଣ୍ଡିରୁ ଆସିଥିବା ମାଁ ମାଣିକେଶ୍ଵରୀ ମେଲୋଡି ଗ୍ରୁପ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ତୃତୀୟ ପରିବେଷଣ ଥିଲା ସୁନ୍ଦରଗଡରୁ ଆସିଥିବା ମୟୂରୀ ଅନୁଷ୍ଠାନର କଳାକାରମାନଙ୍କ ଦ୍ଵାରା ଡାଲଖାଇ ନୃତ୍ୟ ପରିବେଷଣ । ପରେ ବାଦ୍ୟ ବିଚିତ୍ରା କ୍ରମରେ ବରଗଡରୁ ଆସିଥିବା ସମ୍ବଲପୁର ଫୋକ ଏକାଡ଼େମୀ କଳାକାରଙ୍କ ଦ୍ଵାରା ସମ୍ବଲପୁରୀ ନୃତ୍ୟ ଉପରେ ଆଧାରିତ ଢୋଲ,ନିଶାନ୍,ମହୁରି,ମୃଦଙ୍ଗ,ବଂଶୀ ତାଶା,ଗିଣି ଓ ଝାଞ୍ଜକୁ ନେଇ ଅତି ଚମତ୍କାର ବାଦ୍ୟ ପରିବେଷଣ କରିଥିଲେ ସମ୍ବଲପୁରୀ ନୃତ୍ୟ ନୂଆଁ ଗୁହାଲଏବଂ ଗଣପର୍ବ ଯାହା ନୂଆଁ ଖାଇ ଉପରେ ଆଧାରିତ । ସନ୍ଧ୍ୟାର ଶେଷ ପରିବେଷଣ ଥିଲା ସମ୍ବଲପୁରରୁ ଆସିଥିବା ବଜନିଆ ଅନୁଷ୍ଠାନର କଳାକାରଙ୍କ ଦ୍ଵାରା ସମ୍ବଲପୁରୀ ନୃତ୍ୟ ପର୍ଯ୍ୟାୟରେ ଡାଲଖାଇ,ରସରକେଲି ।

ଏହି ଚିତାକର୍ଷକ ଓ ମନମୁଗ୍ଧକର ନୃତ୍ୟ ସଂଗୀତ ଓ ବାଦ୍ୟର କାର୍ଯ୍ୟକ୍ରମ ଗୁଡିକ ପ୍ରେକ୍ଷାଳୟରେ ଭରପୁର ଦର୍ଶକଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିଥିଲେ । ଆଜି ସନ୍ଧ୍ୟାରେ ଅତିଥିମାନେ ଥିଲେ ଓଡିଶାର ମାନ୍ୟବର ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ଲାଲ୍ ବିହାରୀ ହିମିରୀକା ;ପଶ୍ଚିମାଞ୍ଚଳ ବିକାଶ ପରିଷଦରେ ଅଧ୍ୟକ୍ଷା ଶ୍ରୀମତୀ ପଦ୍ମିନୀ ଶେଖର ଦେଓ;ସଂସ୍କୃତି ନିର୍ଦ୍ଦେଶକ ଶ୍ରୀ ସୁଶୀଲ କୁମାର ଦାସ;ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ତଥା ସମାଜସେବକ ଶ୍ରୀ ଅରୁଣ କୁମାର ପଣ୍ଡା;କଟକ କଳାବିକାଶ କେନ୍ଦ୍ରର ମାନେଜିଙ୍ଗ ଟ୍ରଷ୍ଟି ଶ୍ରୀ କ୍ଷୀରୋଧ ପ୍ରସାଦ ମହାନ୍ତି ;ଓଡିଶା ସଂଗୀତ ନାଟକ ଏକାଡ଼େମୀ ସଭାପତି ଶ୍ରୀ ଶରତ ପୁଜାରୀ ଏବଂ ସଚିବ ଶ୍ରୀ ଚିତ୍ତ ରଞ୍ଜନ ମାଲିଆ । କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଶ୍ରୀ ମାନଭଞ୍ଜନ ମିଶ୍ର ଏବଂ ଶିବାଙ୍ଗୀ ମହାପାତ୍ର ।

Share in top social networks!
Powered By Indic IME