ମା’ସନ୍ତୋଷୀ ଦେବୀଙ୍କ ୬ଷ୍ଠ ବାର୍ଷିକ ଉତ୍ସବ ଉପଲକ୍ଷେ ବିଶ୍ଵଶାନ୍ତି ମହାଯଜ୍ଞ

ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ମା’ସନ୍ତୋଷୀ ଦେବୀଙ୍କ ୬ଷ୍ଠ ବାର୍ଷିକ ଉତ୍ସବ ବରମୁଣ୍ଡା ସ୍ଥିତ ମା’ଙ୍କ ପୀଠଠାରେ ବିଶ୍ଵଶାନ୍ତି ମହାଯଜ୍ଞ ଗତକାଲି ଅନୁଷ୍ଠିତ ହୋଇଯାଇଛି । ପିପିଲିର ଘଣ୍ଟାପାଟୁଆ ଦଳ ଢୋଲବଜା ବଜାଇ ଗ୍ରାମ ପରିକ୍ରମା କରିଥିଲେ । କଳସ ଯାତ୍ରାରେ ବହୁ ସଂଖ୍ୟକ ମହିଳା ଅଂଶ ଗ୍ରହଣ କରିବା ପରେ ଅପରାହ୍ନରେ ପୂର୍ଣାହୁତି ହୋଇଥିଲା । ଏହି ଉତ୍ସବରେ ଭୁବନେଶ୍ଵର ମହାନଗର ନିଗମ ମେୟର ଶ୍ରୀ ଅନନ୍ତ ନାରାୟଣ ଜେନା,କଳିଙ୍ଗ ସେନାର ଅଧ୍ୟକ୍ଷ ଶ୍ରୀ ହେମନ୍ତ କୁମାର ରଥ,ବରିଷ୍ଠ ସାମ୍ବାଦିକ ଶ୍ରୀ ପ୍ରଦ୍ୟୁମ୍ନ କୁମାର ମହାନ୍ତି,ଡିଭାଇନ ଲାଇଫ୍ ସୋସାଇଟର ଶ୍ରୀ ଜ୍ୟୋତି ରଞ୍ଜନ ଦାସ ପ୍ରମୁଖ ଯୋଗଦେଇଥିଲେ । ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଶୀତାଂଶୁ ଶେଖର ରାଉତ ଓ ତାଙ୍କ ଦଳ ଭଜନ ପରିବେଷଣ କରିଥିଲେ ।କଣ୍ଠଶିଳ୍ପୀ କାଞ୍ଚନବାଳା ପରିଡା,ସୋନାଲି ମହାପାତ୍ର,ରଶ୍ମୀରଞ୍ଜନ ସ୍ଵାଇଁ,ଚିନ୍ମୟୀ ପ୍ରଧାନ,ଜନାର୍ଦ୍ଦନ ଚୌଧରୀ ଓ ଯୁଧିଷ୍ଟିର ଖୁଣ୍ଟିଆ ପ୍ରମୁଖ ସଂଗୀତା ପରିବେଷଣ କରିଥିଲେ । ଏହି ଭଜନ ସମାରୋହ ଅତ୍ୟନ୍ତ ଚିତ୍ତାକର୍ଷକ ଓ ମନମୁଗ୍ଧକର ହୋଇଥିଲା । ଭଜନ କାର୍ଯ୍ୟକ୍ରମକୁ ମିନତୀ ରାଉତ ସଂଯୋଜନା କରିଥିଲା ସ୍ଥଳେ ଆଦିତ୍ୟ କୁମାର ସ୍ଵାଇଁ ଓ ସଂଜୀବ କୁମାର ପ୍ରଧାନଙ୍କ ପକ୍ଷରୁ ବିଶ୍ଵଶାନ୍ତି ମହାଯଜ୍ଞ ଆୟୋଜନ କରାଯାଇଥିଲା ।

Share in top social networks!
Powered By Indic IME