ବରିଷ୍ଠ ନାଗରିକ ମହାସଭାର ବୈଠକ

କଟକ ବରିଷ୍ଠ ନାଗରିକ ମହାସଭାର ପ୍ରଥମ ବୈଠକ ଦି ୟୁନିଭର୍ସଠାରେ ଅନୁଷ୍ଠିତ ହୋଇଯାଇଛି । ମହାସଭାର ସଭାପତି ତଥା ପୂର୍ବତନ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଗୋବିନ୍ଦ ଚନ୍ଦ୍ର ସେନାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ‘ବରିଷ୍ଠ ନାଗରିକଙ୍କ ପାଇଁ ସାମାଜିକ ସୁରକ୍ଷା’ସଂପର୍କରେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କଟକ ଡିସିପି ଏସ୍ ପ୍ରବୀଣ କୁମାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁଲିସ ପକ୍ଷରୁ ସହରର ବରିଷ୍ଠ ନାଗରିକଙ୍କ ପାଇଁ ଗ୍ରହଣ କରାଯାଉଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ପ୍ରଫେସର ମନୋରମା ମହାପାତ୍ର,ଡ.ସତ୍ୟ ରାୟ,ପୂର୍ବତନ ସାଂସଦ ଅନାଦି ସାହୁ,ପୂର୍ବତନ କୁଳପତି କରିମୁଦ୍ଦିନ ଖାନ ପ୍ରମୁଖ ଯୋଗ ଦେଇଥିଲେ । ଅନୁଷ୍ଠାନର ସଂପାଦକ ବିଷ୍ଣୁମୋହନ ସାମନ୍ତ ସ୍ଵାଗତ ଭାଷଣ ଦେଇଥିଲେ । ନମୀତା ପଣ୍ଡା,ପୀତାମ୍ବର ଜେନା,ତୁଷାର ରଞ୍ଜନା ଦାସ,ସୁରେନ୍ଦ୍ର ନାଥ ନାୟକ,ଯୁଧିଷ୍ଠିର ପଣ୍ଡା,ଅଭୟ ସାମନ୍ତରାୟ,ଜାନକୀ ମହାନ୍ତି,ଗୁରୁଚରଣ ମହାନ୍ତି,ବିମଳ କୁମାର ମିଶ୍ର,କେଦାରନାଥ ଜେନା,ମହେନ୍ଦ୍ର ଦାସ,ଗୋପାଳ ବେହେରା,ନିରଞ୍ଜନ ମହାନ୍ତି,ସୁଦୀପ୍ତ ଦାସ,ପ୍ରଭାତ କର ପ୍ରମୁଖ ବରିଷ୍ଠ ନାଗରିକଙ୍କ ସୁବିଧା ପାଇଁ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ଶେଷରେ ବିଜୟ ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ ।

Share in top social networks!
Powered By Indic IME