ସେପ୍ଟେମ୍ବର ୬ ରେ ରାଷ୍ଟ୍ରପତି ଆସିବେ ଓଡିଶା ଗସ୍ତରେ

839_bigଆସନ୍ତା ସେପ୍ଟେମ୍ବର ୭ ତାରିଖରେ ହେବାକୁ ଥିବା ଆଇଆଇଟି,ଭୁବନେଶ୍ଵରର ୨ୟ ସମାବର୍ତନ ଉତ୍ସବରେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ମୁଖ୍ୟାତିଥି ଭାବେ ଯୋଗଦେଇ ଦୀକ୍ଷାନ୍ତ ଭାଷଣ ଦେବେ । ଏନେଇ ରାଷ୍ଟ୍ରପତି ଭାବନରୁ ସହମତି ମିଳିଯାଇଥିବାବେଳେ ଆଇଆଇଟି କର୍ତୃପକ୍ଷ ଏବେ ପ୍ରସ୍ତୁତିରେ ଲାଗିପଡିଛନ୍ତି । ଫଳରେ ୬ ମାସ ମଧ୍ୟରେ ରାଷ୍ଟ୍ରପତିଙ୍କର ଏହା ହେବ ଦ୍ଵିତୀୟ ଓଡିଶା ଗସ୍ତ । ରାଷ୍ଟ୍ରପତି ତାଙ୍କର ଏହି ଦୁଇଦିନିଆ ଓଡିଶା ଗସ୍ତରେ ଆସି ସେପ୍ଟେମ୍ବର ୬ ତାରିଖ ମଧ୍ୟାହ୍ନରେ ଭୁବନେଶ୍ଵରରେ ପହଞ୍ଚିବେ ।

ଏହାପରେ ପୁରୀ ଯାଇ ଏବଂ ସନ୍ଧ୍ୟାରେ ସେଠାରେ ଥିବା ରାଜଭବନରେ ରହିବେ । ପରଦିନ ସକାଳୁ ଭୁବନେଶ୍ଵର ଗସ୍ତରେ ଆସିବେ । ପୂର୍ବାହ୍ନରେ ଇନଷ୍ଟିଚ୍ୟୁଟ ଅଫ୍ ମିନେରାଲ୍ସ ଆଣ୍ଡ ମ୍ୟାଟେରିଆଲ୍ସ ଟେକ୍ନୋଲୋଜି ପ୍ରେକ୍ଷାଳୟରେ ହେବାକୁ ଥିବା ସମାବର୍ତନ ଉତ୍ସବରେ ଯୋଗଦେବେ ବୋଲି ଆଇଆଇଟି,ଭୁବନେଶ୍ଵରର କୁଳସଚିବ ବଟକୃଷ୍ଣ ରାୟ କହିଛନ୍ତି । ସେହିପରି ଏହି ସମାବର୍ତନ ଉତ୍ସବରେ ୧୦୩ ଜଣଙ୍କୁ ସ୍ଵର୍ଣ୍ଣପଦକ ପ୍ରଦାନ କରାଯିବ । ଏହାସହିତ ୨ କିମ୍ବା ୩ ଜଣଙ୍କୁ ସମ୍ମାନସୂଚକ ଡ଼କ୍ତରେଟ ତାଲିକା ପଠାଯାଇଥିବା ବେଳେ ସେଠାରେ ଅନୁମୋଦନ ମିଳିବା ପରେ ନାମ ଘୋଷଣା ହେବ ।