ଓଡ଼ିଶା ସରକାର ସମ୍ବଲପୁରରେ ସୈନିକ ସ୍କୁଲ ଖୋଲିବା ପାଇଁ ୧୦୦ ଏକର ଜମି ଓ ୫ କୋଟି ଟଙ୍କା ଯୋଗାଇ ଦେଇଛନ୍ତି

 ଓଡ଼ିଶା ସରକାର ସମ୍ବଲପୁରରେ ସୈନିକ ସ୍କୁଲ ଖୋଲିବା ପାଇଁ ୧୦୦ ଏକର ଜମି ଓ ୫ କୋଟି ଟଙ୍କା ଯୋଗାଈ ଦେଇଛନ୍ତି। ଏହି ସୂଚନା ଶିକ୍ଷା ମନ୍ତ୍ରୀ ପ୍ରତାପ ଜେନା ଦେଇଛନ୍ତି।

ସେ କହିଛନ୍ତି ରାଜ୍ୟରେ ଦିତୀୟ ସୈନିକ ସ୍କୁଲ ଖୋଲିବା ପାଇଁ ସରକାର ବଜେଟରେ ୫ କୋଟି ଟଙ୍କାର ବବ୍ୟସ୍ଥା କରିଛନ୍ତି। ପ୍ରକାଶଯୋଗ୍ୟ ରାଜଧାନୀଠାରେ ଥିବା ସୈନିକ ସ୍କୁଲ ଦେଶରେ ସପ୍ତମ ସ୍ଥାନ ଅଧିକାର କରିଛି। ଏହାକୁ ପ୍ରଥମସ୍ଥାନକୁ ଅଣାଯିବାପାଇଁ ଆନୁଷଙ୍ଗିକ ପଦକ୍ଷେପ ନେବାକୁ ସେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ।

ଊକ୍ତ ବୈଠକରେ ବିଭାଗୀୟ ସଚିବ, ସୈନିକ ସ୍କୁଲର ଅଧିକାରୀ, ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳ ପ୍ରମୁଖ ଯୋଗଦେଇଥିଲେ।

Share in top social networks!