କେନ୍ଦ୍ର କଂଗ୍ରେସ ସରକାରଙ୍କ କ୍ରମାଗତ ପେଟ୍ରୋଲ ଦରବୃଦ୍ଧିକୁ ବିରୋଧ : -ବିଜୁଜନତା ଦଳ

bjdrajbhawanକେନ୍ଦ୍ର କଂଗ୍ରେସ ନେତୃତ୍ଵାଧିନ ସରକାର ୨୦୦୪ମସିହାରୁ ସାଧାରଣ ଜନତାଙ୍କ ସ୍ଵାର୍ଥ ରକ୍ଷା ପାଇଁ ଆହ୍ଵାନ ଦେଇ କ୍ଷମତାକୁ ଆସିବା ପରେ ଦରଦାମ ବୃଦ୍ଧି,ତୈଳଦର ବୃଦ୍ଧି ଏବଂ ଦୁର୍ନୀତିର ଗନ୍ତାଘର ପାଲଟିଛି । ପେଟ୍ରୋଲ ଲିଟର ପିଛା ୨୦୦୪ ମସିହାରେ ପେଟ୍ରୋଲ ଲିଟର ପିଛା ଟ.୩୩.୭୦ପ. ଥିବା ବେଳେ ୨୦୧୩ ମସିହାରେ ଏହାର ଦର ଦୁଇ ଗୁଣ ବୃଦ୍ଧି ଘଟି ଆଜି ୬୬ଟଙ୍କାରେ ପହଞ୍ଚିଛି । ଗତ ୨୦୦୬ ମସିହାରେ କେନ୍ଦ୍ର କଂଗ୍ରେସ ସରକାର ତୈଳ କମ୍ପାନୀ ମାନଙ୍କ ଠାରୁ ମୋଟା ଅଙ୍କର ଚାନ୍ଦା ପକାଇ ପେଟ୍ରୋଲକୁ ସରକାରୀ ନିୟନ୍ତ୍ରଣ ମୁକ୍ତ କରିବା ପରେ ଏଭଳି ବିଷମ ସମସ୍ୟ ଉପୁଜିଛି ।

ପେଟ୍ରୋଲ ଦର ବୃଦ୍ଧି ସାଧାରଣ ଭାବରେ ସମସ୍ତଙ୍କୁ ବାଧିବ । ଏହି ଦର ବୃଦ୍ଧିରେ ବିଶେଷ କରି ସାଧାରଣ ଓ ନିମ୍ନ ମଧ୍ୟବିତ୍ତ ଏବଂ ସ୍ୱଳ୍ପ ବେତନ ହାରି କର୍ମଚାରୀ,ଛାତ୍ରଛାତ୍ରୀ ମାନଙ୍କର ଆର୍ଥିକ ମାନଦଣ୍ଡ ଦୋହଲିଯିବା ପେଟ୍ରୋଲ ଦରବୃଦ୍ଧି ଅନ୍ୟ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ପତ୍ର ମୂଲ୍ୟବୃଦ୍ଧିକୁ ପ୍ରଭାବିତ କରିବ । ମୋଟାମୋଟି ଭାବରେ ଯେଉଁ ମୂଲ୍ୟବୃଦ୍ଧି ଓ ମୁଦ୍ରାସ୍ପୃତି ସୃଷ୍ଟି ହେବ ଏହା ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକୁ କ୍ଷତି ପହଞ୍ଚାଇବା କେନ୍ଦ୍ର ଉପା ସରକାରଙ୍କ ଆର୍ଥିକ ପରିଚାଳନାରେ ଅପାରଗତା ଓ ତୈଳ କମ୍ପାନୀମାନଙ୍କ ସହ ସଲା ସୁତରା ଯୋଗୁଁ ସାମଗ୍ରିକ ଭାବରେ ଅର୍ଥନୀତି ବିପର୍ଯ୍ୟସ୍ତ ହେବ ଓ ସାଧାରଣ ଖାଉଟି ମାନଙ୍କ ଉପରେ ଏହି ଆଞ୍ଚଳିକ ବୋଝ,ବୋଝଉପରେ ନଳିତା ବିଡା ସଦୃଶ ହେବ ।

ବର୍ତ୍ତମାନ ବଜାରରେ ସବୁ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ଦର ଆକାଶଛୁଆଁ ହୋଇଥିବା ବେଳେ ,କେନ୍ଦ୍ର କଂଗ୍ରେସ ସରକାରଙ୍କ ଅପରିଣାମଦର୍ଶୀ ଆଚରଣ ଓ ପୁଞ୍ଜିପତି ପୋଷଣ ନୀତି ଜନସାଧାରଣ ଙ୍କୁ ବ୍ୟଥିତ କରିଛି । ଏଭଳି ଆମ ଆଦମି ବିରୋଧୀ ସରକାରଙ୍କୁ ଆଦୌ ବରଦାସ୍ତ କରାଯିବ ନାହିଁ। କେନ୍ଦ୍ର କଂଗ୍ରେସ ସରକାରଙ୍କ ବିରୁଦ୍ଧରେ ଜଣ ଆନ୍ଦୋଳନ ତୀବ୍ରତର କରିବା ପାଇଁ ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟବ୍ୟାପୀ ଆନ୍ଦୋଳନ ଡାକରା ଦିଆଯାଇଛି । ବିଜୁ ଯୁବଜନତାଦଳର ରାଜ୍ୟ ସଭାପତି ତଥା ସରକାରୀ ଉପ ମୁଖ୍ୟ ସଚେତକ ଶ୍ରୀ ସଞ୍ଜୟ ଦାଶବର୍ମା ଙ୍କ ନେତୃତ୍ଵରେ ଜୁନ ୧୬ ତାରିଖରେ ପୂର୍ବାହ୍ନ ୧୧ଟା ସମୟରେ ରାଜଭବନ ସମ୍ମୁଖରେ ଧାରଣା ଓ ପ୍ରତିବାଦ ସଭା ଆରମ୍ଭ ହୋଇ ୭ ଦିନ ମଧ୍ୟରେ ରାଜ୍ୟର ସମସ୍ତ ଜିଲ୍ଲା /ସବଡିଭିଜନ ସଦର ମହକୁମାରେ ଏହି ଆନ୍ଦୋଳନ ଜାରି ରହିବ । ଏହି ଧାରଣାରେ ଜନସାଧାରଣ, ଯୁବକ,ଛାତ୍ର, ଶ୍ରମିକ ଓ ବୁଦ୍ଧିଜୀବୀ ସାମିଲ ହେବାକୁ ଦଳ ପକ୍ଷରୁ ନିବେଦନ କରାଯାଇଛି ।

ଭୁବନେଶ୍ଵର ରାଜଭବନ ସମ୍ମୁଖରେ ଆଜି ଅନୁଷ୍ଠିତ ଗନଧାରଣା ଓ ପ୍ରତିବାଦ ସଭା ବିଜୁ ଯୁବଜନତା ସଭାପତି ଶ୍ରୀ ସଞ୍ଜୟ ଦାସବର୍ମା ଙ୍କ ନେତୃତ୍ଵରେ ହୋଇଥିଲା । ଏହି ସଭାରେ ବିଧାୟକ ସମୀର ରଞ୍ଜନ ଦାସ,ବିଭୁତି ବଳବନ୍ତରାୟ,ରାଜେନ୍ଦ୍ର ସାହୁ,ଅମର ପ୍ରସାଦ ଶତପଥି ,ରଘୁନାଥ ସାହୁ,ଶାରଦା ନାୟକ,ପ୍ରୀତି ରଞ୍ଜନ ଘଡାଇ,ମେୟର ଅନନ୍ତ ନାରାୟଣ ଜେନା ,ଦଳର ସାଧାରଣ ସମ୍ପାଦକ ନରେନ୍ଦ୍ର ସ୍ଵାଇଁ,ଦଳର ମୁଖପାତ୍ର ବିଜୟ ନାୟକ,ଆପୀକଲ ଅଦକ୍ଷ ରମା ରଞ୍ଜନ ବଳିୟାରସିଂ ,କାଜୁ ନିଗମ ଅଦକ୍ଷ ,ବିକ୍ରମ ବର୍ମା,ପୂର୍ବତନ ବିଧାୟକ କିଶୋର ତରାଇ,ଯୁବ ବିଜେଡ଼ି ଉପ ସଭାପତି ରବି ସାମଲ,ଧୃବ ସାହୁ,ସାଧାରଣ ସମ୍ପାଦକ ସଞ୍ଜୟ ବାବୁ,ଯୁବ ନେତା ପ୍ରଣବ ବଳବନ୍ତରାୟ ,ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ,ଶ୍ରୀକୁମାର ଖୁଣ୍ଟିଆ,ବିଜେଡ଼ି ନେତା ଗଣେଷ ଜଗଦେବ ,ଆଶିଷ ସାହୁ,ସିଦ୍ଧାର୍ଥ ଦାସ,ପି.ପି ରାୟ,ଭୁବନେଶ୍ଵର କର୍ପୋରେଟର ସଞ୍ଜୟ ସେଠୀ,ବିରଞ୍ଚି ମହାସୁଆର,ଶ୍ରୀଧର ଜେନା,ପ୍ରେମାନନ୍ଦ ଜେନା,ମଳୟ ମହାପାତ୍ର,ନାରିନେତ୍ରୀ ସଖୀମଣି ବରାଳ,ଶାଶ୍ଵତି ପାତ୍ର,ମଞ୍ଜୁଳତା ସାହୁ,ସଞ୍ଜୁକ୍ତା ପାତ୍ର,ସ୍ମିତା ରାୟ,ତିଳୋତ୍ତମା ନାୟକ,ମନ୍ଦାକିନୀ କର ପ୍ରମୁଖ ଯୋଗ ଦେଇ କେନ୍ଦ୍ର କଂଗ୍ରେସ ନେତୃତ୍ଵାଧୀନ ସରକାରଙ୍କର ଏପରି ଆମ୍ ଆଦମୀ ବିରୋଧୀ ନିଷ୍ପତ୍ତିକୁ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ,ଯଦି କେନ୍ଦ୍ରସରକାର ଏଭଳି ନିଷ୍ପତ୍ତି ରୁ ନିବୃତ ନରୁହନ୍ତି,ତେବେ ମନମୋହନ-ସୋନିଆ ଭାଗୁଆଳି ସରକାର ତୁରନ୍ତ ଗାଦି ଛାଡନ୍ତୁ,ନଚେତ୍ ଭାରତ ବର୍ଷର ସାଧାରଣ ଜନତା ବାଧ୍ୟ ହେବେ ତାଙ୍କୁ ଗାଦିଚ୍ୟୁତ କରିବା ପାଇଁ ବୋଲି ଚେତାବନୀ ଦେଇଛନ୍ତି । ପରେ ଶ୍ରୀ ସଞ୍ଜୟ ଦାସବର୍ମା ଙ୍କ ନେତୃତ୍ଵରେ ଏକ ୧୫ଜଣିଆ ପ୍ରତିନିଧି ମଣ୍ଡଳୀ ରାଜଭବନ ଯାଇ ଭାରତବର୍ଷର ମହାମହିମ ରାସତ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ ।

Share in top social networks!
Powered By Indic IME