ଶିଶୁ ଚଳଚ୍ଚିତ୍ର ପ୍ରଦର୍ଶନୀ

ସରକାରଙ୍କ ସଂସ୍କୃତି ବିଭାଗ ତରଫରୁ ରାଜ୍ୟର ଶିଶୁ ମାନଙ୍କର ବୌଦ୍ଧିକ ତଥା ଚାରିତ୍ରିକ ବିକାଶ ପାଇଁ Children’s Film Society, India ଦ୍ଵାରା ପ୍ରବତ୍ତ ଜାତୀୟ ତଥା ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଶିଶୁ ଚଳଚ୍ଚିତ୍ର ପ୍ରଦର୍ଶନୀରେ ଆୟୋଜନ ଗତ ତା ୧୭.୦୬.୨୦୧୨ ରିଖ ଠାରୁ କରାଯାଇ ଆସୁଅଛି । ଉକ୍ତ ଉତ୍ସବକୁ ମାନ୍ୟବର ସଂସ୍କୃତିମନ୍ତ୍ରୀ ରବୀନ୍ଦ୍ର ମଣ୍ଡପ,ଭୁବନେଶ୍ଵର ଠାରେ ଉଦଘାଟନକରିଥିଲେ । ପ୍ରଥମ ପର୍ଯ୍ୟାୟରେ ଏହି କାର୍ଯ୍ୟକ୍ରମ ମାସକୁ ଦୁଇଗୋଟି ଶନିବାର ଦିନ ଗତ ଡିସେମ୍ବର ମାସ ପର୍ଯ୍ୟନ୍ତ ରବୀନ୍ଦ୍ର ମଣ୍ଡପ ଠାରେ ପ୍ରଦର୍ଶିତ କରାଯାଇଥିଲା । ପିଲାମାନଙ୍କ ପରୀକ୍ଷା ଥିବା ହେତୁ ଏହି କାର୍ଯ୍ୟକ୍ରମର ଦ୍ଵିତୀୟ ପର୍ଯ୍ୟାୟ ପ୍ରଦର୍ଶନ ତା ୦୧.୦୬.୨୦୧୩ରିଖ ଠାରୁ ଆରମ୍ଭ କରାଯାଇଅଛି ।

ଉକ୍ତ ଶିଶୁ ଚଳଚ୍ଚିତ୍ର ପ୍ରଦର୍ଶନୀ ମାସର ପ୍ରତ୍ୟେକ ୧ମ ଓ ୩ୟ ଶନିବାର ଦିନ ଡିବା ୧୧ଘଟିକା ଠାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଦିନକୁ ଦୁଇ ଗୋଟି ଚଳଚ୍ଚିତ୍ର ରବୀନ୍ଦ୍ର ମଣ୍ଡପ ଠାରେ ପ୍ରଦର୍ଶନ କରାଯିବାର ବ୍ୟବସ୍ଥା କରାଯାଇଛି । ରବୀନ୍ଦ୍ର ମଣ୍ଡପ କୁ ପ୍ରବେଶ କୁ ସଂପୂର୍ଣ୍ଣ ଦେୟମୁକ୍ତ ରଖାଯାଇଥିବା ସ୍ଥଳେ ଚଳଚ୍ଚିତ୍ର ଦେଖିବାକୁ ଆସୁଥିବା ଶିଶୁ ମାନଙ୍କୁ ବେଲୁନ୍,ଚକୋଲେଟ୍ ଓ ପିଇବା ପାଣି ବୋତଲ ବିଭାଗ ତରଫରୁ ଯୋଗାଇଦେବାର ବ୍ୟବସ୍ଥା କରାଯାଇଛି । ଏଣୁ ଭୁବନେଶ୍ଵର ଓ ଏହାର ପାର୍ଶ୍ଵବର୍ତ୍ତୀ ଓଡିଆ/ଇଂରାଜୀ ମାଧ୍ୟମ ବିଦ୍ୟାଳୟ ର ଛାତ୍ରଛାତ୍ରୀମାନେ ସେମାନଙ୍କ ତତ୍ତ୍ଵାବାଧାରକ ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କ ନିଜ ସୁବିଧାରେ ରବୀନ୍ଦ୍ରମଣ୍ଡପ ଠାରେ ପହଞ୍ଚି ଏହି କାର୍ଯ୍ୟ କ୍ରମର ସୁବିଧା ନେବାକୁ ଅନୁରୋଧ କରାଯାଇଛି । ଉପରୋକ୍ତ ଶିଶୁ ଚଳଚ୍ଚିତ୍ର ଉତ୍ସବକୁ କେବଳ ଭୁବନେଶ୍ଵରରେ ସୀମିତ ନ ରଖି ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଜିଲ୍ଲାସ୍ତରକୁ ସମ୍ପ୍ରସାରିତ କରାଯାଇଅଛି ।

ବିଗତ ବର୍ଷ ୭ ଗୋଟି ଜିଲା ସଦର ମହକୁମା ରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ସ୍ଥଳେ ଚଳିତ ବର୍ଷ ଡିସେମ୍ବର ମାସ ମଧ୍ୟରେ ବାକି ଥିବା ୨୩ଟିଜିଲା ସଦର ମହକୁମା/ମୁଖ୍ୟାସହର ଠାରେ ଏହି ଶିଶୁ ଚଳଚ୍ଚିତ୍ର ଆୟୋଜନ କରାଯିବାକୁ ସ୍ଥିରକରାଯାଇଅଛି । ଏହି ଜିଲ୍ଲା ସ୍ତରୀୟ ଶିଶୁ ଚଳଚ୍ଚିତ୍ର ପ୍ରଦର୍ଶନୀ ଜୁଲାଇ ମାସ ଠାରୁ ମାସର ତୃତୀୟ ଶନିବାର ଦିନ ନିର୍ଦ୍ଧାରିତ ଜିଲ୍ଲାରେ ପ୍ରଦର୍ଶନ କରାଯିବ । (କ) ତା ୨୦.୦୭.୨୦୧୩ ରିଖ(୩ୟ)ଶନିବାର ଅନୁଗୁଳ,ବରଗଡ,ଭଦ୍ରକ,ବୌଦ୍ଧ,କଟକ,ଦେବଗଡ , (ଖ)ତା ୧୭.୦୮.୨୦୧୩ ରିଖ (୩ୟ)ଶନିବାର ଗଜପତି,ଯାଜପୁର,ଜଗତସିଂହପୁର,ଝାରସୁଗୁଡା,କନ୍ଧମାଳ ,(ଗ) ତା ୨୧.୦୯.୨୦୧୩ରିଖ (୩ୟଶନିବାର) କେନ୍ଦୁଝର,କେନ୍ଦ୍ରାପଡା,ଖୋର୍ଦ୍ଧା,କୋରାପୁଟ ,(ଘ) ତା ୧୬.୧୧.୨୦୧୩ରିଖ (୩ୟ ଶନିବାର)ନୟାଗଡ,ନୂଆପଡା,ନବରଙ୍ଗପୁର,ରାୟଗଡା,ସମ୍ବଲପୁର ,ଏବଂ (ଙ) ତା ୨୧.୧୨.୨୦୧୩ ରିଖ(୩ୟ ଶନିବାର) ସୁବର୍ଣ୍ଣପୁର,ସୁନ୍ଦରଗଡ, ଜିଲ୍ଲାରେ ଅନୁଷ୍ଠିତ ହେବ ।

ଏଥିସହିତ ତା ୧୮.୦୮.୨୦୧୩ ରିଖରେ ପାରାଦୀପ,ତା ୧୨.୦୯.୨୦୧୩ ରିଖରେ ଜଯପୁର ଓ ତା ୨୧.୧୨.୨୦୧୩ ରିଖରେ ରାଉରକେଲାରେ ଏହି ପ୍ରଦାର୍ଶନି ଅନୁଷ୍ଠିତ ହେବ । ଉକ୍ତ କାର୍ଯ୍ୟକ୍ରମର ସୁଯୋଗ ନେବାକୁ ସମ୍ପୃକ୍ତ ଜିଲ୍ଲାର ଛାତ୍ରଛାତ୍ରୀମାନଙ୍କୁ ସଂସ୍କୃତିବିଭାଗ ତରଫରୁ ଅନୁରୋଧ କରାଯାଇଛି । ଶିଶୁ ଚଳଚ୍ଚିତ୍ର ପ୍ରଦର୍ଶନୀ ସମ୍ବନ୍ଧୀୟ ମଧ୍ୟ ରାଜ୍ୟର ବହୁ ପ୍ରସାରିତ ଖବର କାଗଜ ମାନଙ୍କରେ ପ୍ରତ୍ୟେକ ମାସରେ ବିଜ୍ଞାପନ ପ୍ରକାଶନ ଜରିଆରେ ସର୍ବ ସାଧାରଣ ଙ୍କ ଅବଗତି ପାଇଁ ଜଣାଇ ଦେବାର ବ୍ୟବସ୍ଥା କରାଯାଇଅଛି ।